You are currently viewing ସମ୍ବଲପୁରରେ  କର୍ଫ୍ୟୁ ବଳବତ୍ତର

ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୧୬/୦୪, ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ରହିଥିଲେ ବି ପରୀକ୍ଷା ହେବ । ଆଜି ହେବାକୁ ଥିବା ସିଡିଏସ୍‌ ଓ ଏଏସ୍‌ଓ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ପରୀକ୍ଷା ପାଇଁ ସକାଳେ ଓ ଅପରାହ୍‌ଣରେ ଦୁଇ ଘଣ୍ଟା ଲେଖାଏ କର୍ଫ୍ୟୁ କୋହଳ କରାଯାଇଛି । ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଓ ଅପରାହ୍‌ଣ ୪ଟାରୁ ୬ଟା ଯାଏ କୋହଳ କରାଯିବ କଟକଣା ।

ପରୀକ୍ଷାର୍ଥୀ ଆଡମିଟ କାର୍ଡ ଦେଖାଇ ଯାଇପାରିବେ । ସେମାନଙ୍କ ସହ ଜଣେ ଅଭିଭାବକ ଯିବା ଆସିବା କରିପାରିବେ । ପିଲାଙ୍କ ଯାତାୟାତ ପାଇଁ ପ୍ରଶାସନ ଯୋଗାଇ ଦେବ ବସ୍‌ ସେବା । ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ପରୀକ୍ଷାକେନ୍ଦ୍ରକୁ ବସ୍‌ ବ୍ୟବସ୍ଥା କରାଯାଇଛି । ପରୀକ୍ଷାର୍ଥୀଙ୍କ ପାଇଁ ଜାରି କରାଯାଇଛି ହେଲପ୍‌ ଲାଇନ୍‌ ନମ୍ବର ।

ଅନ୍ୟମାନଙ୍କୁ ଜଣାନ୍ତୁ।