You are currently viewing ଜବତ ହେଲା ୨କୋଟି ମୂଲ୍ୟର ଚନ୍ଦନ କାଠ

ଜବତ ହେଲା ୨କୋଟି ମୂଲ୍ୟର ଚନ୍ଦନ କାଠ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୮/୦୯, ଆନ୍ଧ୍ର ପୋଲିସ ହାତରେ ଧରାପଡିଲେ ଅନ୍ତର୍ଜାତୀୟ ରକ୍ତ ଚନ୍ଦନତସ୍କର ଗ୍ୟାଙ୍ଗର ୧୧ ଜଣ ସଦସ୍ୟ । ପୁଷ୍ପା ଷ୍ଟାଇଲରେ କରୁଥିଲେ ଚନ୍ଦନ କାଠ ଚାଲାଣ । ୧୧ଜଣ ଚୋରଙ୍କୁ ଗିରଫ କରିଛି ପୋଲିସ । ଜବତ ଚନ୍ଦନ କାଠର ଓଜନ ୪ ହଜାର ୨ଶହ କିଲୋଗ୍ରାମ ହେବ । ଯାହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ । ୩୬୯ ଖଣ୍ଡ ଚନ୍ଦନ କାଠକୁ ଚାଲାଣ କରୁଥିଲେ । ଗିରଫ ୧୧ ଜଣଙ୍କ ମଧ୍ୟରୁ ଗଜପତି ଜିଲ୍ଲାର ୪ଜଣ ଥିବା ଜଣାପଡିଛି । ଅଭିଯୁକ୍ତଙ୍କଠାରୁ ୧ଟି କାର, ନଗଦ ୩୫ ହଜାର ଟଙ୍କା ଓ ୧୪ଟି ମୋବାଇଲକୁ ଜବତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।