ratha yatra

ଆସନ୍ତାକାଲି ସନ୍ଧ୍ୟା ୫ଟାରୁ ମହାପ୍ରଭୁଙ୍କ ନବମୀ ଦର୍ଶନ ବନ୍ଦ 

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ): ଆସନ୍ତା ସୋମବାର ଦିନ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ। ଏଥିଲାଗି  ବାହୁଡ଼ାଯାତ୍ରାର ପୂର୍ବ ପ୍ରସ୍ତୁତି ନିମନ୍ତେ  ୧୪ ତାରିଖ (ରବିବାର) ସନ୍ଧ୍ୟା ୫ଟାରୁ ଆଡ଼ପ ମଣ୍ଡପରେ  ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଶ୍ରଦ୍ଧାଳୁମାନଙ୍କୁ ଧାର୍ଯ୍ୟ ସମୟ ମଧ୍ୟରେ ଆଡ଼ପ ମଣ୍ଡପରେ ନବମୀ ଦର୍ଶନ କରି ମହାପ୍ରଭୁଙ୍କ କୃପା ଲାଭ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

 

ଅନ୍ୟମାନଙ୍କୁ ଜଣାନ୍ତୁ।