santrupta

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ସନ୍ତୃପ୍ତ ମିଶ୍ର

ଏଏନଏସ: ବିଜେଡିରେ ଯୋଗ ଦେଲେ ବିଶିଷ୍ଟ ଶିଳ୍ପପତି ସନ୍ତୃପ୍ତ ମିଶ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସନ୍ତୃପ୍ତ । ଦଳରେ ସାମିଲ ହେବା ପରେ ସନ୍ତୃପ୍ତ କହିଛନ୍ତି, ବହୁରାଷ୍ଟୀୟ କମ୍ପାନିରେ କାମ କରୁଥିବାରୁ ଓଡ଼ିଶା ବାହାରେ ରହୁଥିଲି କିନ୍ତୁ ଜନ୍ମସ୍ଥାନକୁ ଫେରି ଓଡ଼ିଶା ପାଇଁ କାମ କରିବାକୁ ମନରେ ଇଚ୍ଛା ଥିଲା ।

Santrupta-Mishraଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି । ଭାରତୀୟ ରାଜନୀତିରେ ବିଜେଡି ହେଉଛି ସବୁଠୁ ପ୍ରଗତିଶୀଳ ରାଜନୈତିକ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଆଗକୁ ନେବା ସହ ମୌଳିକତା ଆଧାରରେ ୨୫ ବର୍ଷ ହେବ ଓଡ଼ିଶାର ଶାସନଭାର ସମ୍ଭାଳି ଆସୁଛନ୍ତି। 

ଅନ୍ୟମାନଙ୍କୁ ଜଣାନ୍ତୁ।