You are currently viewing ପ୍ରଦେଶ କଂଗ୍ରେସର ମୁଖ୍ୟ ହେଲେ ଶରତ

ପ୍ରଦେଶ କଂଗ୍ରେସର ମୁଖ୍ୟ ହେଲେ ଶରତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୩/୦୫, ରଜ୍ୟ କଂଗ୍ରେସର ମଙ୍ଗ ଧରିଲେ ଶରତ ପଟ୍ଟନାୟକ । ଦୀର୍ଘଦିନର ଛକାପଞ୍ଝା ପରେ ରାଜ୍ୟ କଂଗ୍ରେସ ର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ସାଂସଦ ଶରତ ପଟ୍ଟନାୟକ । ଏ ଆଇ ସି ସି ଅଧକ୍ଷା ସୋନିଆ ଗାନ୍ଧୀ ଶେଷରେ ଶରତଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବଲାଙ୍ଗୀରର ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ରାଜ୍ଯ ଯୁବ କଂଗ୍ରେସର ସଭାପତି ଭାବେ ମଧ୍ୟ ଦାୟିତ୍ଵ ନିର୍ବାହ କରିଥିଲେ । ସ୍ଵଳ୍ପ ସମୟ ପାଇଁ ଶ୍ରୀ ପଟ୍ଟନୟକଙ୍କୁ ପ୍ରଦେଶ କଂଗ୍ରେସ ମୁଖ୍ୟ ଭାବେ ଦାୟିତ୍ଵ ଦିଆଯାଇଥିଲେ ହେଁ ରାଜ୍ଯ କଂଗ୍ରେସ ରେ ଗୋଷ୍ଠୀ କନ୍ଦଳ ଯୋଗୁ ନିଜ ଦାୟିତ୍ୱକୁ ସୂଚାରୁ ରୂପେ ନିର୍ବାହ କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା ।
ଆଜି ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ସାଂସଦ କେଶି ଭେନୁଗୋପଲ ଶରତ ପଟ୍ଟନାୟକଙ୍କ ନିଯୁକ୍ତି ସମ୍ପର୍କୀୟ ଚିଠି ଜାରି କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ରାଜ୍ୟରେ ବହୁଧା ବିଭକ୍ତ କଂଗ୍ରେସ ଦଳକୁ ସଂଗଠନର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାରେ ସକ୍ଷମ ହେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।