You are currently viewing ଏପ୍ରିଲ 24ରୁ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ

ଏପ୍ରିଲ 24ରୁ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ

ଭୁବନେଶ୍ବର-19.04.2021, ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାପକ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ଏଣିକି ରାଜ୍ୟର ସବୁ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା ହୋଇଛି । ପ୍ରତି ଶନି ଓ ରବିବାର ସଟ୍‌ଡାଉନ ରହିବ । ଏପ୍ରିଲ 24ରୁ ଏହି ନିୟମ ଲାଗୁ କରାଯିବ । ତେବେ ସଟଡାଉନ ସହ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ଏନେଇ ରିଲିଫ କମିଶନର ପ୍ରଦୀପ ଜେନା ଘୋଷଣା କରିଛନ୍ତି । ସୂଚନା ଅନୁସାରେ ସଟ୍‌ଡାଉନ ବେଳେ ଅତ୍ୟାବଶ୍ୟକ ଜରୁରୀ ସେବା ଜାରି ରହିବ। ଏହା ବ୍ୟତୀତ ମେ ୧ରୁ ଦେଶର ସବୁ ନାଗରିକଙ୍କୁ ମିଳିବ ଟିକା । ୧୮ ବର୍ଷରୁ ଅଧିକ ବୟସ୍କ ନେଇପାରିବେ ଟିକା ।

ଅନ୍ୟମାନଙ୍କୁ ଜଣାନ୍ତୁ।