You are currently viewing ଶନି ଓ ରବିବାର ସଟଡାଉନ; ଘଣ୍ଟାଏ କୋହଳ ହେବ କଟକଣା

ଶନି ଓ ରବିବାର ସଟଡାଉନ; ଘଣ୍ଟାଏ କୋହଳ ହେବ କଟକଣା

ଭୁବନେଶ୍ୱର-୨୩.୦୪.୨୦୨୧, କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଘୋଷଣା ହୋଇଛି । ତେବେ ସଟଡାଉନ ସମୟରେ ସକାଳ ୫ ଟାରୁ ୬ ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ସୂଚନା ଅନୁସାରେ, ଶୁକ୍ରବାର ରାତିରେ ନାଇଟ କର୍ଫ୍ୟୁ ଲାଗୁ ରହିବ । ପରେ ସଟଡାଉନ ହେବ ଏବଂ ଏହି ସଟଡାଉନ ସୋମବାର ସକାଳ ୫ ଟା ଯାଏଁ ବଳବତ୍ତର ରହିବ । ତେବେ ସଟଡାଉନରେ ମର୍ଣ୍ଣିଙ୍ଗ ୱାର୍କ ଏବଂ ସାଇକ୍ଲିଂ କରୁଥିବା ଲୋକଙ୍କ ପାଇଁ ଘଣ୍ଟାଏ ଲେଖାଏଁ କଟକଣା କୋହଳ କରାଯିବ । ସକାଳ ୫ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କଟକଣା କୋହଳ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।