You are currently viewing ସ୍କ୍ରବ୍ ଟାଇଫସକୁ ନେଇ ଚିନ୍ତା; ରାଜ୍ୟରେ ବଢୁଛି ସଂକ୍ରମଣ

ସ୍କ୍ରବ୍ ଟାଇଫସକୁ ନେଇ ଚିନ୍ତା; ରାଜ୍ୟରେ ବଢୁଛି ସଂକ୍ରମଣ

ଭୁବନେଶ୍ୱର (ଏଏନ୍ଏସ): ଡେଙ୍ଗୁ ମାମଲା ଭଳି ଏବେ ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ବଢୁଛି। ସେଥିପାଇଁ ରାଜ୍ୟବାସୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଏହା ଚିଗର୍ ନାମକ କୀଟ କାମୁଡ଼ିଲେ ହେଉଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ହେଉଛି।

ସ୍କ୍ରବ୍ ଟାଇଫସ୍ ହେଲେ ଜ୍ଵର ଲାଗି ରହେ, ମୃତ୍ୟୁ ସମ୍ଭାବନା ବି ଅଛି । ଶରୀରର ଯେଉଁ ସ୍ଥାନକୁ ଚିଗର୍ କୀଟ କାମୁଡେ, ସେଠାରେ ସ୍କିନ୍ ଡେଡ୍ ହୋଇଯାଏ ଯାହାକୁ ଏଚାର୍ କୁହାଯାଏ। ସବୁ ଜିଲ୍ଲା ହସ୍ପିଟାଲର 6 ଡିପିଏଚ୍ଏଲ୍‌ରେ ଏଲିଶା ପଦ୍ଧତିରେ ଏହାର ପରୀକ୍ଷା ବ୍ୟବସ୍ଥା ରହିଛି । ଚିହ୍ନଟ ହେଲେ ଚିକିତ୍ସା ସହଜ ହେବ। ସାଧାରଣ ଆଣ୍ଟିବାୟୋଟିକ୍ କାମଦେବ। ଯାହାର ଜ୍ଵର କମୁନି, ସେମାନେ ପରୀକ୍ଷା କରନ୍ତୁ କାରଣ ଏହାକୁ ପ୍ୟାରକସିଆ ପରନ୍‌ରିଜିନ୍ କୁହାଯାଏ। ପ୍ୟାରକ୍‌ସିଆ ପରନ୍‌ରିଜିନ୍‌ମାନଙ୍କୁ ସ୍କ୍ରବ୍ ଟାଇଫସ୍ ଟେଷ୍ଟ୍ କରାଯାଏ।

ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ଏହି ରୋଗ ବ୍ୟାପୁଛି। ସର୍ବାଧିକ ମାମଲା କେନ୍ଦୁଝରରୁ ଆସୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।