You are currently viewing ହାଟ ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ରାସ୍ତାରୋକ

ହାଟ ଉଚ୍ଛେଦକୁ ନେଇ ବ୍ୟବସାୟୀଙ୍କ ରାସ୍ତାରୋକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ)୦୮/୦୪, ରାଜଧାନୀର ଝାରପଡା ଗଣେଶମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କୌଣସି ନୋଟିସ ନଦେଇ ଆଜି ସକାଳୁ ସକାଳୁ ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀ ଓ ବାସିନ୍ଦା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିରୋଧ ମଧ୍ୟ କରିଛନ୍ତି । ଆଜି ଭୋର ୪ଟା ସମୟରେ ଏହି ଉଚ୍ଛେଦ କାମ ଆରମ୍ଭ ହୋଇଛି । ଉଚ୍ଛେଦ ସଂପର୍କରେ ଖବର ପାଇ ଗତ ପୌର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବରିଷ୍ଠ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ପହଞ୍ଚି ଥିଲେ । ଏହାକୁ ରାଜନୈତିକ ଆକ୍ରୋଶ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେହି ୱାର୍ଡର ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ତେଣୁ ଏସବୁ ବିଜେଡି ଜାଣିଶୁଣି କରୁଛି ବୋଲି ବିଜେପି ଅଭିଯୋଗ କରିଛି । ବିଡିଏ ଓ ବିଏମସି ପକ୍ଷରୁ ମିଳିତ ଭାବେ ଝାରପଡା ଗଣେଣ ମଣ୍ଟପ ହାଟ ଉଚ୍ଛେଦ କରାଯାଉଥିବା ଜଣାଯାଇଛି । ହାଟରେ ୩୦୦ ଦୋକାନକୁ ଭଙ୍ଗା ଯାଉଛି । ବ୍ୟବସାୟୀମାନଙ୍କୁ ନିଜ ସାମଗ୍ରୀକୁ ସେଠାରୁ ନେବାକୁ ମଧ୍ୟ ସମୟ ଦେେଲେନାହିଁ । ଫଳରେ ବ୍ୟବସାୟୀ ମାନଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ ୧୨ ପ୍ଲାଟୁନ ପୋଲିସଫୋର୍ସ ମୁତୟନ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।