You are currently viewing ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା

ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା

  • Post category:ଓଡିଶା
  • Reading time:1 mins read

ଖୋର୍ଦ୍ଧା(ଏଏନଏସ)୨୩/୦୧,ସିରିଜ୍‌ ଦୁର୍ଘଟଣା। ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ବାଘମାରୀ ସାରୁଅ ରାସ୍ତାରେ ସିରିଜ ଦୁର୍ଘଟଣା। ଆଜି ସକାଳେ ଏକ କଦଳୀ ବୋଝେଇ ପିକଅପ୍‌ ଭ୍ୟାନ୍‌ ପ୍ରଥମେ ଏକ ବାଇକ୍‌କୁ ଧକ୍କା ଦେଇ ଓଲଟି ପଡିଥିଲା। ଏହାପରେ ଓଲଟି ପଡିଥିବା ଗାଡ଼ି ସହ ଦୁଇଟି ଅଟୋ ଓ ଗୋଟିଏ ଟାଟା ଏସି ଧକ୍କା ହୋଇଥିଲା। ଗାଡ଼ିରେ ଥିବା ମୋଟ ୫ଜଣ ଆହତ ହୋଇଛନ୍ତି। ବାଘମାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।