You are currently viewing ପୁରୀରେ ଚାଞ୍ଚଲ୍ୟ, ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା

ପୁରୀରେ ଚାଞ୍ଚଲ୍ୟ, ବରିଷ୍ଠ ସେବାୟତଙ୍କୁ ଗୁଳି କରି ହତ୍ୟା

ପୁରୀ(ଏଏନଏସ)୧୬/୦୩, ଶ୍ରୀକ୍ଷେତ୍ରରେ ଖେଳିଯାଇଛି ଚାଞ୍ଚଲ୍ୟ | ଆଜି ପୁରୀରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି | ଦୃବୁର୍ତ୍ତଙ୍କ ଗୁଳିମାଡରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ଘଟିଛି |


ମିଳିଥିବା ସୂଚନା ମୁତାବକ ଆଜି ପୁରୀ ଟାଉନ ଥାନା ଅନ୍ତର୍ଗତ ବାରବାଟୀ ଜାଗା ନିକଟରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଛି | କୃଷ୍ଣଚନ୍ଦ୍ର ପ୍ରତିହାରୀ ବହୁ ଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡର ମାମଲାରେ ସମ୍ପୃକ୍ତ ରହିଥିଲେ। ଦୁଇ ଜଣ ଦୃବୁର୍ତ୍ତ ତାଙ୍କ ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି ମାରିଥିଲେ | ଅତିନିକଟରୁ ତାଙ୍କ ମୁଣ୍ଡକୁ ଗୁଳି ମରାଯାଇଥିବାବେଳେ ବହୁ ଚର୍ଚ୍ଚିତ ଗୁନ ସିଂହରୀ ହତ୍ୟାକାଣ୍ଡ ସହ ଏହି ଗୁଳିକାଣ୍ଡର ସମ୍ପର୍କ ଥିବା ଚର୍ଚ୍ଚା ହେଉଛି | କାରଣ ପୂର୍ବରୁ ଗୁନ ସିଂହରୀ ହତ୍ୟାକାଣ୍ଡ ମାମଲାରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ପୋଲିସ ଗିରଫ କରିଥିଲା | କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା | ସୂଚନା ମୁତାବକ ବର୍ତ୍ତମାନ ପୁରୀ ମେଡିକାଲରେ ଜିଲ୍ଲାପାଳ ଓ ଏସପି ପହଞ୍ଚିଛନ୍ତି |

ଅନ୍ୟମାନଙ୍କୁ ଜଣାନ୍ତୁ।