You are currently viewing ବିଦେଇପୁର ପଞ୍ଚାୟତ ସମିତି ସଭ୍ୟ ପଦବୀ ଫେରିପାଇଲେ ଶରତ ମଳିକ

ବିଦେଇପୁର ପଞ୍ଚାୟତ ସମିତି ସଭ୍ୟ ପଦବୀ ଫେରିପାଇଲେ ଶରତ ମଳିକ

ଭଦ୍ରକ(ଏଏନଏସ): ଗତ ୨୦୨୨ ପଂଚାୟତ ନିର୍ବାଚନରେ ବାସୁଦେବପୁର ବ୍ଲକ ବିଦେଇପୁର ଗ୍ରାମପଞ୍ଚାୟତ ସମିତି ସଭ୍ୟ ଆସନଟି ହରିଜନ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥାଇ ଶରତ ମଳିକ ସର୍ବାଧିକ ୧୩୬୬ ଖଣ୍ଡ ଭୋଟ ପାଇ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ତାଙ୍କର ପ୍ରତିଦ୍ବନ୍ଦି ଚତୁର୍ଭୁଜ ସେଠି ୧୩୬୫ ଖଣ୍ଡ ଭୋଟ ପାଇଁ ପରାଜିତ ହୋଇଥିଲେ। ତେବେ ଗତ ୨୦୨୨ ମସିହା ଫେବୃଆରୀ ମାସ ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବା ପରେ ତା ପରଦିନ ଅର୍ଥାତ ୨୨ ତାରିଖ ନାମାଙ୍କନ ପତ୍ର ଯାଞ୍ଚ ହୋଇଥିଲା। ସେହିଦିନ ସକାଳେ ଶରତ ମଳିକଙ୍କର ତୃତୀୟ ସନ୍ତାନ ଜନ୍ମ ଲାଭ କରିଥିଲା। ତୁରନ୍ତ ଏହି ଖବର ପାଇ ଚତୁର୍ଭୁଜ ନିର୍ବାଚନ ଅଧିକାରୀଙ୍କ ନିକଟରେ ଶରତ ତିନି ଗୋଟି ପିଲାର ବାପା ହୋଇ ଥିବାର ଦର୍ଶାଇ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ତାଙ୍କର ଯୋଗ୍ୟତା ନ ଥିବା ଅଭିଯୋଗ କରିଥିଲେ। ତାଙ୍କର ଅଭିଯୋଗକୁ ନିର୍ବାଚନ ଅଧିକାରୀ ସେ ସମୟେ ଖାରଜ କରି ଦେବାରୁ ସେ ନିର୍ବାଚନ ଲଢ଼ିଥିଲେ ଓ ପରାଜିତ ମଧ୍ୟ ହୋଇଥିଲେ। ନିର୍ବାଚନ ସରିବା ପରେ ଶରତ ତିନି ଗୋଟି ପିଲାର ବାପା ହୋଇ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାସୁଦେବପୁର ବରିଷ୍ଠ ଦିୱାନି ଜଜଙ୍କ ଆଦାଲାତରେ ମିସ କେଶ-1/22 ଦାଖଲ କରିଥିଲେ। ସମସ୍ତ କାଗଜ ପତ୍ର ଓ ସାକ୍ଷୀମାନଙ୍କ ବୟାନକୁ ତର୍ଜମା କରି ଗତ ଜୁଲାଇ ମାସ ୨୭ ତାରିଖରେ ଶରତ ତିନି ଗୋଟି ପିଲାର ବାପା ହୋଇଥିବାରୁ ଓଡିଶା ପଚାୟତ ସମିତି ଆଇନର ଧାରା ୪୪ ଅନୁଯାୟୀ ତାଙ୍କୁ ଅଯୋଗ୍ୟ ଘୋଷଣା କରଯାଇଥିଲା। ଏହାପରେ ଦ୍ଵିତୀୟ ସର୍ବାଧିକ ଭୋଟ ପାଇଥିବା ଚତୁର୍ଭୁଜ ସେଠିଙ୍କୁ ବିଦେଇପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଘୋଷଣା କରିବା ସହ ତୁରନ୍ତ ତାକୁ ଦାୟିତ୍ୱ ହସ୍ତାନ୍ତର ପାଇଁ ବାସୁଦେବପୁର ଵି. ଡ଼ି.ଓ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ଏହାକୁ ଚ୍ୟାଲେଞ୍ଜ କରି ଶରତ ଭଦ୍ରକ ଜିଲ୍ଲା ଜଜ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଆଦାଲତରେ ନିର୍ବାଚନ ଅପିଲ ୬୫/୨୩ ଦାଖଲ କରିବା ପରେ ନାମାଙ୍କନ ପତ୍ର ସମୟରେ ଶରତ ଦୁଇଟି ପିଲାର ପିତା ଥିବାରୁ ବାସୁଦେବପୁର ବରିଷ୍ଠ ଦେୱାନୀ ଜଜଙ୍କ ଆଦେଶ ଉପରେ ଆଜି ଅଙ୍କୁଶ ଲଗାଇଛନ୍ତି।ଫଳରେ ଶରତ ପୁନଶ୍ଚ ବିଦେଇପୁର ପଞ୍ଚାୟତର ସମିତି ସଭ୍ୟ ପଦବୀବିଦେଇପୁର ପଞ୍ଚାୟତର ସମିତି ସଭ୍ୟ ପଦବୀ ଫେରି ପାଇଛନ୍ତି.

ଅନ୍ୟମାନଙ୍କୁ ଜଣାନ୍ତୁ।