You are currently viewing ଟ୍ରକ୍ ଧକ୍କାରେ ଏସ୍‌ଆଇଙ୍କ ମୃତ୍ୟୁ

ଟ୍ରକ୍ ଧକ୍କାରେ ଏସ୍‌ଆଇଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ନୂଆପଡା.ଏଏନଏସ (୧.୯.୨୨) : ଜୋଙ୍କ ଥାନା ଅନ୍ତର୍ଗତ ଗୋଟମା ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କୋଇଲା ବୋଝେଇ ଏକ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଏସ୍‌ଆଇ ସୁଧାଂଶୁ ଶେଖର ପାଣ୍ଡେ । ତାଙ୍କ ଘର ବୋଡେନ ଥାନା ଅନ୍ତର୍ଗତ ବଇର ଗାଁରେ । ତେବେ ସୂଚନା ଅନୁସାରେ ସୁଧାଂଶୁ ନୂଆଖାଇ ପାଳିବାକୁ ନିଜ ପରିବାର ସହ ଗାଁକୁ ଆସିଥିଲେ । ଏହା ପରେ ସେ ବଜାରକୁ କିଛି କିଣା କିଣି କରିବାକୁ ଯାଇଥିଲେ । ତେବେ ଗୋଟମା ଛକରେ ଏକ କୋଇଲା ବୋଝେଇ ଟ୍ରକ୍ ଆସି ତାଙ୍କ ବାଇକ୍ କୁ ଧକ୍କ୍‌ା ଦେଇଥିଲା । ଫଳରେ ସେ ପଡି ଯାଇଥିଲେ ଏବଂ ଟ୍ରକ୍‌ଟି ତାଙ୍କ ଉପରେ ଚଢିଯାଇଥିଲା । ଏହା ପରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା । ପୋଲିସ୍ ଟ୍ରକ୍ କୁ ଜବତ କରିବା ସହିତ ଗାଡି ଡ୍ରାଇଭରକୁ ଅଟକାଇ ପଚରାଉଚରା କରୁଛି । ସୁଧାଂଶୁ କନେଷ୍ଟବଳ ଥିଲେ । କିଛି ଦିନ ତଳେ ତାଙ୍କର ପଦୋନ୍ନତି ହୋଇଥିଲା । ସେ ଏସ୍‌ଆଇ ହେଲାପରେ ଅନୁଗୁଳରେ ଟ୍ରେନିଙ୍ଗ ନେଉଥିଲେ । ସେ ନୂଆଁଖାଇ ପାଇଁ ଘରକୁ ଆସିଥିଲେ ଯାହା ଫଳରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।