puja

ଆଜି ଭାଦ୍ରପଦ ପୂର୍ଣ୍ଣିମା, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ

  • Post category:ଓଡିଶା
  • Reading time:1 mins read

ଆଜି ହେଉଛି ଭାଦ୍ରପଦ ପୂର୍ଣ୍ଣିମା । ଭାଦ୍ରପଦ ପୂର୍ଣ୍ଣିମାକୁ ପୂର୍ଣ୍ଣିମା ଶ୍ରାଦ୍ଧ ନାମରେ ଜଣାଯାଇଥାଏ । ଆଜିଠାରୁ ହିଁ ଆରମ୍ଭ ହୋଇଥାଏ ପିତୃପକ୍ଷ । ସେହିଭଳି ପୂର୍ଣ୍ଣିମା ପରେ ଏକାଦଶୀ, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦଶୀ ଏବଂ ଅମାବାସ୍ୟା ଶ୍ରାଦ୍ଧ ପଡ଼ିଥାଏ । ସର୍ବପିତୃ ଅମାବାସ୍ୟା ଆସନ୍ତା ମାସ୬ ଅକ୍ଟୋବରରେ ପାଳିତ ହେବ । ଏହି ଦିନ ପୂର୍ଣ୍ଣିମା ଶ୍ରାଦ୍ଧ, ପଞ୍ଚମୀ, ଏକାଦଶୀ ଏବଂ ସର୍ବପିତୃ ଅମାବାସ୍ୟା ଶ୍ରାଦ୍ଧ ପ୍ରମୁଖ ବୋଲି କୁହାଯାଇଥାଏ ।

ପୂର୍ଣ୍ଣିମା ଶ୍ରାଦ୍ଧ ବିଧି:

ଶାସ୍ତ୍ର ଅନୁଯାୟୀ ଯେଉଁ ପୂର୍ବପୁରୁଷ ପୂର୍ଣ୍ଣିମା ଦିନ ଚାଲିଯାଇଛନ୍ତି ସେମାନଙ୍କ ପୂର୍ଣ୍ଣିମା ଶ୍ରାଦ୍ଧ ଋଷିମାନଙ୍କୁ ସମର୍ପିତ ହୋଇଥାଏ । ଏହି ଦିନରେ ଶ୍ରାଦ୍ଧ ଦେବା ସମୟରେ ପୂର୍ବପୁରୁଷଙ୍କ ଫଟୋରେ ମାଳ ଅର୍ପଣ କରି ଚନ୍ଦନ ତିଳକ ଲଗାନ୍ତୁ । ସେହିଭଳି ପିତୃପୁରୁଷଙ୍କୁ କ୍ଷୀର ଅର୍ପଣ କରନ୍ତୁ । କ୍ଷୀରରେ ଅଳେଇଚ, କେସର, ଶାକର ଏବଂ ମହୁ ମିଶାଇ ଅର୍ପଣ କରନ୍ତୁ। ଏହାପରେ କାଉ, ଗାଈ ଏବଂ କୁକୁରକୁ ପ୍ରସାଦ ଦିଅନ୍ତୁ। ଏହାପରେ ବ୍ରାହ୍ମଣଙ୍କୁ ଭୋଜନ କରାଇ ନିଜେ ଭୋଜନ କରନ୍ତୁ ।

ଭାଦ୍ରପଦ ପୂର୍ଣ୍ଣିମାର ମହତ୍ତ୍ୱ:

ଆଜିର ଦିନରେ ଭଗବାନ ସତ୍ୟନାରାୟଣଙ୍କ ପୂଜା କରିବା ଦ୍ୱାରା ଧନଧାନ୍ୟ ବୃଦ୍ଧି ହୋଇଥାଏ । ଯେଉଁ ଲୋକମାନେ ପୂର୍ଣ୍ଣିମା ଦିନ ଉପବାସ କରିଥାନ୍ତି ସେମାନଙ୍କ ଘରେ ସବୁ ପ୍ରକାର ସୁଖ-ସମୃଦ୍ଧି ଭରି ରହିବା ସହ ସମସ୍ତ କଷ୍ଟ ଦୂର ହୋଇଥାଏ । ଆଜିର ଦିନରେ ଉମା-ମହେଶ୍ୱର ବ୍ରତ ମଧ୍ୟ କରାଯାଇଥାଏ । ମାନ୍ୟତା ରହିଛଇ ଭଗବାନ ସତ୍ୟନାରାୟଣ ସ୍ୱୟଂ ଏହି ଉପବାସ କରିଥିଲେ । ଏଥିସହ ଏହି ଦିନ ଦାନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । କାରଣ ଆଜି ଠାରୁ ହିଁ ଶ୍ରାଦ୍ଧପକ୍ଷ ଆରମ୍ଭ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।