You are currently viewing ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ।

ଆଜିଠୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ।

  • Post category:ଓଡିଶା
  • Reading time:1 mins read

କରଞ୍ଜିଆ(ଏଏନଏସ)୧୬/୦୬, ଆଜିଠୁ ଆସନ୍ତା ୪ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ବର୍ଷାଋତୁର ଆଗମନ ହେତୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟକୁ ବନ୍ଦ କରିଛନ୍ତି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୁପକ୍ଷ । ଚଳିତ ବର୍ଷ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ସର୍ବାଧିକ ରାଜସ୍ୱ ଆଦାୟ ଶିମିଳିପାଳ ଅଭୟାରଣ୍ୟରୁ ହୋଇଥିବା ସୂଚନା ମିଳିଛି । ଶିମିଳିପାଳ ଅଭୟାରଣ୍ୟରୁ ୨.୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଜସ୍ୱ ଆଦାୟ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।