You are currently viewing ସାମାନ୍ୟ କଳିରୁ ଖଣ୍ଡଯୁଦ୍ଧ

ସାମାନ୍ୟ କଳିରୁ ଖଣ୍ଡଯୁଦ୍ଧ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୭/୦୧, ରକ୍ତରଞ୍ଜିତ ରାଜଧାନୀ । ଭୁବନେଶ୍ୱର ସାଲିଆସାହି ଆଦିବାସୀ ବସ୍ତିରେ ଦୁଇ ପରିବାର ମଧ୍ୟରେ କଳିରୁ ଭୟଙ୍କର ପରିସ୍ଥତି ଉପୁଜିଥିଲା । ସାମାନ୍ୟ ଝଗଡାରୁ କଥା ଯାଇଥିଲା ଠେଙ୍ଗାମାଡ ଯାଏଁ । ଏହି ଠେଙ୍ଗାମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହାତ ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ତୁରନ୍ତ ମୈତ୍ରୀବିହାର ପୋଲିସ ଘଟଣାସ୍ଥଳରେ ପହଁଚି, ଘଟଣାର ତଦନ୍ତ କରୁଛି । ଠେଙ୍ଗାମାଡରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସୁଶୀଲ ହେମ୍ବ୍ରମ୍ । ତାଙ୍କ ଘର ସାଲିଆ ସାହିରେ ବୋଲି ଜଣାପଡିଛି । ଦୁଇ ପରିବାର ଭିତରେ କଳିକୁ ନେଇ ସୁଶୀଲଙ୍କର ହୋଇଥିଲା ଝଗଡା ।

ଅନ୍ୟମାନଙ୍କୁ ଜଣାନ୍ତୁ।