You are currently viewing ଶୀତଅଧିବେଶନରେ ଆଜି ଦ୍ୱିତୀୟ ଦିନ

ଶୀତଅଧିବେଶନରେ ଆଜି ଦ୍ୱିତୀୟ ଦିନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୫/୧୧, ଆଜି ହେଉଛି ବିଧାନ ସଭାର ଦ୍ୱିତୀୟ ଅଧିବେଶନ । ବିଧାନସଭା ଶୀତ ଅଧିବେଶର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନ ଭଳି ଆଜି ମଧ୍ୟ ଅର୍ଚ୍ଚନା ନାଗ ହନିଟ୍ରାପ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହେବା ସମ୍ଭାବନା ରହିଛି । ଅର୍ଚ୍ଚନା ନାଗଫାଶକୁ ପ୍ରସଙ୍ଗ କରି ରାଜ୍ୟ ସରକାରକୁ ଘେରିବାକୁ ବିରୋଧୀ ରଣନୀତି କରିଛନ୍ତି । ପ୍ରଥମ ଦିନର ଗୃହକାର୍ଯ୍ୟ ଆରମ୍ଭରେ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ସନ୍ଧ୍ୟା ୫ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ସନ୍ଧ୍ୟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଥିଲେ । ନାଗ ଦମ୍ପତି ବ୍ଲାକମେଲ ଓ ସେକ୍ସ ସ୍କାଣ୍ଡଲକୁ ନେଇ ଆଲୋଚନା ପାଇଁ ସମୟ ନିର୍ଦ୍ଧାରିତ ହୋଇନଥିଲେ ମଧ୍ୟ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡୁଆରେ ପକାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ତେଣୁ ଆଜି ମଧ୍ୟ ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ବିଧାନସଭା ସରଗରମ ହେବା ସମ୍ଭାବନା ରହିଛି ।

୧ଅନ୍ୟପଟେ ଗତକାଲି ଆଗତ ହୋଇଛି ୧୬ ହଜାର ୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ୨୦୨୨-୨୩ । ଫୋକସରେ ରହିଛି ସ୍ୱାସ୍ଥ୍ୟ, ଶିକ୍ଷା, ଜଳସମ୍ପଦ, ବିପର୍ଯ୍ୟୟ ପରିଚାଳନା। ୧୬ ହଜାର ୮୦୦ କୋଟି ଟଙ୍କା ମଧ୍ୟରୁ ପ୍ରଶାସନିକ ବ୍ୟୟ ରହିଛି ୪ ହଜାର ୯୩୪ କୋଟି ଟଙ୍କା। କାର୍ଯ୍ୟକ୍ରମ ବ୍ୟୟ ୯ ହଜାର ୨୦୦ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର ୬୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସବୁଠାରୁ ଅଧିକ ବ୍ୟୟ ବରାଦ ଅର୍ଥ ବିଭାଗ ପାଇଁ ହୋଇଛି। ବିଭାଗକୁ ମିଳିବ ଅତିରିକ୍ତ ୪ ହଜାର ୨୫୩ କୋଟି ୬୦ ଲକ୍ଷ ଟଙ୍କା। ବିପର୍ଯ୍ୟୟ ପରିଚାଳନା ବିଭାଗକୁ ୨ ହଜାର ୬୩୫ କୋଟି ଟଙ୍କା, ଜଳ ସମ୍ପଦ ବିଭାଗକୁ ୧ ହଜାର ୫୯୫ କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧ ହଜାର ୧୦୧ କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ଭିବାଗକୁ ୯୨୧ କୋଟି ୮୧ ଲକ୍ଷ ଟଙ୍କା, ଅତିରିକ୍ତ ବଜେଟ୍‌ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୬୩୮ କୋଟି ଟଙ୍କା, କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୫୦୮ କୋଟି ଟଙ୍କା, ମୋ ସ୍କୁଲ ଅଭିଯାନ ପାଇଁ ୩୦୬ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୩୦୧ କୋଟି ଟଙ୍କା ଓ ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୬୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।