You are currently viewing ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିଆନର ସିପାହୀ

ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିଆନର ସିପାହୀ

କଟକ (ଏଏନଏସ)୦୭/୧୨: ଭିଜିଲାନ୍ସ ଜାଲରେ ଓଏସଏପି ଷଷ୍ଠ ବାଟାଲିଆନର ସିପାହୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷଷ୍ଠ ବାଟାଲିଆନନ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଭିଜିଲାନ୍ସ ଟିମ ତାଙ୍କ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି ।

ଏହି ସବୁ ସ୍ଥାନ ମଧ୍ୟରେ ସହଦେବଙ୍କ ସରକାରୀ କ୍ବାର୍ଟର, ତିଗିରିଆ ସ୍ଥିତ ୩ ମହଲା ବିଲ୍ଡିଂ, ଗଣ୍ଡରପୁର ସ୍ଥିତ ଘର, ପୁରୀ ଚନ୍ଦନପୁର ସ୍ଥିତ ପୈତୃକ ବାସଭବନ, ପୁରୀ ମାଳତୀପାଟପୁର ସ୍ଥିତ ଶ୍ବଶୁର ଘରେ ଚଢାଉ ଜାରି ରହିଛି । ଚଢାଉ ବେଳେ ୨ଲକ୍ଷ ୯୪ହଜାର ଟଙ୍କା ଜବତ ହୋଇଛି। ଏହାସହ ୪ଟିପ୍ଲଟ, ୪ଟି ୨ଚକିଆ ଯାନ, ସୁନା,ଗହଣା ଓ ୧୭ଟି ପାସବୁକ୍ ଜବତ ହୋଇଛି। ଏହି ଚଢାଉରେ ୩ଜଣ ଡିଏସପି, ୯ ଇନସ୍ପେକ୍ଟର ସାମିଲ ରହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।