You are currently viewing ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ SOP ଜାରି

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ SOP ଜାରି

ଆରଡି, (ପ୍ରିୟ ବ୍ରତ): ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ ସଂଘଠନ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଆସନ୍ତା ଜାନୁଆରୀ ୩ରୁ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋହର ବାଜିବା ପରେ ଆଜି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଆଖଣ୍ଡଳମଣିଙ୍କ କାର୍ଯାଳୟ ପରିସରରେ ସେବାୟତଙ୍କ ସହ ଏକ ବୈଠକ ବସିଥିଲା।


ସର୍ବପ୍ରଥମେ ସେବାୟତ ପରିବାରଙ୍କ ଦର୍ଶନ ପାଇଁ ଆସନ୍ତା ୨୮ଓ ୨୯ରେ ମନ୍ଦିର ଖୋଲିବା ସହ ସ୍ଥାନୀୟ ୪ଟି ପଞ୍ଚାୟତର ଲୋକଙ୍କ ଦର୍ଶନ ପାଇଁ ୩୦ ଓ ୩୧ରେ ଖୋଲିବ। ଜାନୁଆରୀ ୧ ଓ୨ ମନ୍ଦିର ବନ୍ଦ ରହିବା ସହିତ ୩ରେ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲିବ। ଏଥିପାଇଁ SOP ଜାରୀ କରାଯାଇଛି। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ କରିବେ। ବାଦ ସମୟ ମନ୍ଦିର ପୂର୍ବ ପରି ବନ୍ଦ ରହିବ । ଦର୍ଶନାର୍ଥୀମାନେ ମନ୍ଦିର ମଧ୍ୟକୁ ଫୁଲ, ଦୀପ, ଭୋଗ ଓ କୌଣସି ପୂଜାସାମଗ୍ରୀ ନେଇ ପାରିବେ ନାହିଁ। ତାହାସହ ମନ୍ଦିର ମଧ୍ୟରେ ଅଧିକ ସମୟ ଧରି ଯାତ୍ରୀମାନେ ରହିପାରିବେ ନାହିଁ।


ସ୍ବତନ୍ତ୍ର ବ୍ୟାରିକେଟ ମଧ୍ୟରେ ଯାଇ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯିବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ। ତାହାସହ ସମସ୍ତ ଭକ୍ତଙ୍କର ଥର୍ମାଲ ସ୍କାନିଂ ସହିତ ସାନିଟାଇଜ କରାଯିବ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଭିଡ ଲକ୍ଷଣ ଥିଭା ଭକ୍ତଙ୍କର ମନ୍ଦିର ପରିସର ମଧ୍ୟରେ ଥିବା ଅସ୍ଥାୟୀ କ୍ୟାମ୍ପରେ କୋଭିଡ ଟେଷ୍ଟ କରାଯିବ ବୋଲି ବୈଠକରେ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ଜଣାଇଥିଲେ। ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଦର୍ଶନ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ରହିବ ବୋଲି ବୈଠକରେ ସ୍ଥିର କରାଯାଇଛି। ବିଶେଷକରି ୧୦ବର୍ଷରୁ କମ ଓ ୬୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ମୁଣ୍ଡନକାର୍ଯ୍ୟ ଓ ମାନସିକ ପୂଜା ପୂର୍ବ ପରି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।