You are currently viewing ଗଣତି ମଣତି ପାଇଁ ପ୍ରସ୍ତୁତ ହୋଇଛି ଏସଓପି : ସୂଚନା ଦେଲେ ଜଷ୍ଟିସ ବିଶ୍ବନାଥ

ଗଣତି ମଣତି ପାଇଁ ପ୍ରସ୍ତୁତ ହୋଇଛି ଏସଓପି : ସୂଚନା ଦେଲେ ଜଷ୍ଟିସ ବିଶ୍ବନାଥ

  • Post category:ଓଡିଶା
  • Reading time:1 mins read

ଏଏନଏସ :  ଗଣତି ମଣତି ପାଇଁ ପ୍ରସ୍ତୁତ ହୋଇଛି ଏସଓପି । ଆଜି ଜଷ୍ଟିସ ବିଶ୍ବନାଥ ରଥ ପୁରୀ ଆସିଥିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ରତ୍ନଭଣ୍ଡାର ମରାମତି ପାଇଁ ହସ୍ତାନ୍ତର କରାଯିବ । ଏହାପରେ ରତ୍ନଅଳଙ୍କାରକୁ ରଣ୍ଡଭଣ୍ଡାରକୁ ନିଆଯାଇ ସେଠାରେ ହିଁ ଗଣତି ମଣତି କରାଯିବ ।

ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରିବ ଶ୍ରୀମନ୍ଦିର ପ୍ରଶାସନ । ଗଣତି ମଣତି ପରେ ରତ୍ନ ଓ ଅଳଙ୍କାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଷ୍ଟିସ ରଥ କହିଛନ୍ତି । ବାହାର ଓ ଭିତର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇ ମନ୍ଦିର ମଧ୍ୟରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।