You are currently viewing ବିଜେଡିରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡିରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର (ଏଏନ୍ଏସ୍): ବିଜେଡିରୁ ବହିଷ୍କୃତ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ମଧ୍ୟ ଦଳରୁ ବିଦା ହୋଇଛନ୍ତି। ଏନେଇ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ କିଛି ଦିନ ହେବ ବିଜେଡି ଓ ସୌମ୍ୟରଞ୍ଜନଙ୍କ ଭିତରେ ବଢ଼ିଥିଲା ଦୂରତା। ପ୍ରଥମେ କିଛି ଦିନ ତଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯାଇଥିଲା ପରେ ଏବେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।

ତେବେ ସୂଚନା ଯୋଗ୍ୟ ସୌମ୍ୟ ପଟ୍ଟନାୟକ ନିଜେ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ। ଏହା ପରେ ବିଜେଡିର ଅନେକ ତୁଙ୍ଗ ନେତା ଗଣମାଧ୍ୟମକୁ ଆସି ସୌମ୍ୟ ନିଜ ଆଲେଖ୍ୟ ମାଧ୍ୟମରେ ପାର୍ଟି ଓ ସରକାରଙ୍କୁ ସମାଲୋଚନା ବନ୍ଦ କରିବା ପାଇଁ ଆହ୍ବାନ ଦେଇଥିଲେ। ନ ହେଲେ ପାର୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ଉଠିଥିଲା । ସୌମ୍ୟବାବୁ ପାର୍ଟି ଓ ସରକାରକୁ ବ୍ଲାକମେଲ୍ କରୁଛନ୍ତି ବୋଲି ବିଜେଡିର ବିଧାୟକ, ମନ୍ତ୍ରୀମାନେ ମଧ୍ୟ ଅଭିଯୋଗ ଆଣିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।