You are currently viewing ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ) ୦୧/୦୭, ପୁରୀ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହରୁ ଆସୁଥିବା ଯାତ୍ରୀବାହୀ ବସ୍ ମାଳତୀପାଟପୁର ବସ୍ ଷ୍ଟାଣ୍ଟରୁ ଯିବେ । ପୁରୀକୁ ଆସୁଥିବା ପ୍ୟାସେଞ୍ଜର ବସ୍ ମାଳତୀପାଟପୁରROB ଦେଇ ତାଳବଣିଆରେ ପାର୍କିଂ କରିବେ । ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ମାଳତୀପାଟପୁର ROB ଦେଇ ,ITI ଇନଡୋର ଷ୍ଟାଡିୟମ ଓ ସଂସ୍ମୃତ ବିଶ୍ୱବିଦ୍ୟାଳୟରେ ପାର୍କିଂ ହେବ । ବ୍ରହ୍ମଗିରିରୁ ଆସୁଥିବା ଗାଡି ମଙ୍ଗଳାଘାଟ ବାଇପାସ ଦେଇ ଫ୍ଲୋରିସ ଇଣ୍ଡିଆ ନିକଟରେ ପାର୍କିଂ ହେବ । କୋଣାର୍କରୁ ଆସୁଥିବା ଚାରିଚକିଆ ଯାନ ଗ୍ରୀଡ ଷ୍ଟେସନ ଦେଇ ITI , ଭୂଦାନ ଓ ଇନଡୋର ଷ୍ଟାଡିୟମରେ ପାର୍କିଂ କରିବେ । ଭୁବନେଶ୍ୱରରୁ ଆସୁଥିବା ଦୁଇଚକିଆ ଗାଡି ଜଗନ୍ନାଥ ବଲ୍ଲଭ ଓ ମଶାଣିଚଣ୍ଡୀଙ୍କ ଠାରେ ପାର୍କିଂ କରିବେ । ପାସ ଥିବା ଗାଡି ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ, ଷ୍ଟର୍ଲିଙ୍ଗ ରୋଡ ଓ ପରେ ଲୋକନାଥ ରୋଡ ଦେଇ ଛପନ ଛକ ଓ ଲୋକନାଥ ମନ୍ଦିର ନିକଟରେ ପାର୍କିଂ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।