You are currently viewing କୁହୁଡି ସତର୍କତା ନେଇ ୮ ଜିଲ୍ଲାକୁ ଏସ୍‌ଆରସିଙ୍କ ଚିଠି

କୁହୁଡି ସତର୍କତା ନେଇ ୮ ଜିଲ୍ଲାକୁ ଏସ୍‌ଆରସିଙ୍କ ଚିଠି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୪/୦୧,ରାଜ୍ୟରେ ଶୀତର ମାତ୍ରା କମିଥିବା ବେଳେ ଭୀଷଣ କୁହୁଡି କିନ୍ତୁ ଦେଖାଦେଇଛି । ଘନ କୁହୁଡି ପାଇଁ ୮ଟି ଜିଲ୍ଲାକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏ ନେଇ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ରାଜ୍ୟର କିଛି ଜିଲ୍ଲାରେ ଏବେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଆଉ ୨/୩ ଦିନ ପରେ ଶୀତ ବଢିବ ବୋଲି କହିଛି ପାଣିପାଗ ବିଭାଗ । ସକାଳୁ ଘନ କୁହୁଡ଼ି ବେଳେ ଦୁର୍ଘଟଣା ଏଡ଼ାଇବା ପାଇଁ ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ଅଛି । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଯିବ । କୁହୁଡ଼ି ପାଇଁ ଉପରୋକ୍ତ ୮ ସମ୍ଭାବିତ ସ୍ଥାନଗୁଡ଼ିକରେ ରାସ୍ତାରେ ଯାତାୟତ ସମୟରେ ସତର୍କତା ଅବଲମ୍ବନ କରାଯିବା ଉଚିତ । ଜାତୀୟ ରାଜପଥରେ ଯାନବାହନ ଚଳାଚଳ ସମୟରେ ଘନ କୁହୁଡ଼ି ଦେଖାଗଲେ ପୋଲିସ ଓ ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଏସଆରସି ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।