You are currently viewing ଫେବୃଆରୀ ୧ରୁ ସାଧାରଣ ଦର୍ଶନ ପାଇଁ ଖୋଲିବ ଶ୍ରୀମନ୍ଦିର

ଫେବୃଆରୀ ୧ରୁ ସାଧାରଣ ଦର୍ଶନ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ(ଏଏନଏସ)୨୮.୦୧.୨୦୨୨, ଫେବୃଆରୀ ୧ରୁ ସାଧାରଣ ଦର୍ଶନ ପାଇଁ ଖୋଲିବ ଶ୍ରୀମନ୍ଦିର । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। କ୍ରମାଗତ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ମାସ ଆରମ୍ଭରେ, ଜାନୁଆରୀ ୧୦ ରୁ ୩୧ ପର୍ଯ୍ୟନ୍ତ ମନ୍ଦିର ବନ୍ଦ କରିଦେଇଥିଲା ଜିଲ୍ଲା ପ୍ରଶାସନ।

ତେବେ ପୂର୍ବପରି ରବିବାର ଦର୍ଶନ ବନ୍ଦ ରହିବ। ପଶ୍ଚିମ ଦ୍ୱାର ଦେଇ ପୁରୀ ସହର ବାସୀ ମନ୍ଦିରକୁ ପ୍ରବେଶ କରିପାରିବେ ଏବଂ ଅନ୍ୟମାନେ ପୁର୍ବ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ। ଆଜି ଅପରାହ୍ନରେ ଛତିସା ନିଯୋଗର ଏକ ଭର୍ଚୁଆଲ୍ ବୈଠକରେ ଏହି ନିଷ୍ପତି ହୋଇଛି। ଏହି ବୈଠକରେ ଜିଲ୍ଲାପାଳ ଏବଂ ମନ୍ଦିରର ସେବାୟତ, ଭକ୍ତ ଏବଂ ସମ୍ପୃକ୍ତ ସମସ୍ତଙ୍କ ପାଇଁ ନୂତନ କରୋନା ନିର୍ଦ୍ଦେଶାବଳୀ ଉପରେ ଆଲୋଚନା କରିଥିଲେ।
ସୂଚନାଯୋଗ୍ୟ ଯେ, ଗତକାଲି ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଳନ ଉପରେ ଜିଲ୍ଲା ପ୍ରଶାସନ ଯେଉଁ ପ୍ରତିବନ୍ଧକ ଲଗାଇଥିଲା ତାହା ପ୍ରତ୍ୟାହାର କରିନିଆଯାଇଛି। ଏଣିକି ରାଜ୍ୟ ବାହାର ଲୋକେ ସ୍ଵର୍ଗଦ୍ଵାର ରେ ଶବ ସତ୍କାର କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।