You are currently viewing ଆଜି ଛତିଶା ନିଯୋଗ  ବୈଠକ, ଶ୍ରୀମନ୍ଦିର ଖୋଲାଯିବା ଉପରେ ହେବ ନିଷ୍ପତ୍ତି

ଆଜି ଛତିଶା ନିଯୋଗ ବୈଠକ, ଶ୍ରୀମନ୍ଦିର ଖୋଲାଯିବା ଉପରେ ହେବ ନିଷ୍ପତ୍ତି

ପୁରୀ(ଏଏନଏସ)୨୮.୦୧.୨୦୨୨,  ଭକ୍ତଙ୍କ ପାଇଁ ପୁଣି ଥରେ ଖୋଲିପାରେ ଶ୍ରୀମନ୍ଦିର।  ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଆଜି  ବସିବ ଛତିଶା ନିଯୋଗ  ବୈଠକ ।   ଅପରାହ୍ଣ ସାଢେ ୪ଟାରେ ଭଚ୍ୟୁଆଲ ମୋଡ଼୍‌ରେ  ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ।ଏଥିରେ ବିଭିନ୍ନ ସେବାୟତ ନିଯୋଗର ସେବାୟତ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ କମୁଛି । ଯଦି ବି ଶ୍ରୀମନ୍ଦିର ଖୋଲେ ତେବେ କୋଭିଡ କଟକଣା ଭିତରେ ଖୋଲାଯିବ  ବୋଲି ଅନୁମାନ କରାଯାଉଛି ।
ସୂଚନା ଯୋଗ୍ୟ ଯେ, ୨୦୨୨ ଜାନୁଆରି ୧୦ରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି । ରାଜ୍ୟରେ କରୋନା ବିସ୍ଫୋରଣ ଘଟିବା ପରେ  ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ବନ୍ଦ ରହିଛି  ।

ଅନ୍ୟମାନଙ୍କୁ ଜଣାନ୍ତୁ।