You are currently viewing ବଡଦାଣ୍ଡରେ ଭକ୍ତଙ୍କ ଭିଡ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଢ କିଲୋମିଟର ପର୍ଯ୍ୟନ୍ତ ଧାଡିରେ ଶ୍ରଦ୍ଧାଳୁ

ବଡଦାଣ୍ଡରେ ଭକ୍ତଙ୍କ ଭିଡ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଢ କିଲୋମିଟର ପର୍ଯ୍ୟନ୍ତ ଧାଡିରେ ଶ୍ରଦ୍ଧାଳୁ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୪/୦୩, ପୁରୀ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି | ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲମ୍ବା ଲମ୍ବା ଲାଇନରେ ଘଂଟା ଘଂଟା ଧରି ହୋଇ ଖରାରେ ସିଝୁଛନ୍ତି ଭକ୍ତ । ଆଉ ଭକ୍ତଙ୍କ ସୁବିଧା ପ୍ରତି ପ୍ରଶାସନର ଏଭଳି ଅବହେଳାକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଭକ୍ତ । ପ୍ରତିଦିନ ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ଖରାରେ ସିଝି ଦର୍ଶନ କରୁଛନ୍ତି ଭକ୍ତ । ଆଗକୁ ତାତି ଆହୁରି ବଢ଼ିବ । ଏପରି ସ୍ଥିତିରେୁ ଦର୍ଶନ ବ୍ୟବସ୍ଥାକୁ କିପରି ସୁଗମ କରାଯିବ, ତାକୁ ନେଇ ଚିନ୍ତାରେ ଶ୍ରଦ୍ଧାଳୁ । ସେପଟେ ଖରାରେ ବରିଷ୍ଠ ନାଗରିକ ଓ ଛୋଟ ଛୋଟ ପିଲା ଓ ରୋଗୀ ମଧ୍ୟ ଦର୍ଶନ ପାଇଁ ନାନା ସମସ୍ୟାର ସାମ୍ନା କରୁଥିବା ଦେଖିବାକୁ ମିଳିଛି ।

ଆଜି ସକାଳୁ ଟାଉନଥାନା ନିକଟରୁ ପ୍ରାୟ ଦେଢ଼ କିଲୋମିଟର ଯାଏ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିରହିଛି । ନୀତିରେ ବିଳମ୍ବ ସହ ଦର୍ଶନ ପରିଚାଳନାରେ ତ୍ରୁଟି ଯୋଗୁ ଭକ୍ତ ଏଭଳି ଅବସ୍ଥା ଭୋଗୁଛନ୍ତି । ତା’ଛଡ଼ା ମନ୍ଦିର ଭିତରେ ନିୟନ୍ତ୍ରଣ ସଠିକ୍ ଭାବେ ନହେବା ଯୋଗୁଁ ବାହାର ବାରିକେଡରେ ଅଧିକ ସମୟ ଧରି ଛିଡ଼ା ହେବା ମଧ୍ୟ ଭକ୍ତଙ୍କୁ ଅଧିକ ଆଘାତ ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।