You are currently viewing ଶ୍ରୀମନ୍ଦିର ରୂପା ଦ୍ୱାର ନିର୍ମାଣ କାର୍ଯ୍ୟ ଜାରି; ରଥଯାତ୍ରାରେ ହେବ ସ୍ଥାପନ

ଶ୍ରୀମନ୍ଦିର ରୂପା ଦ୍ୱାର ନିର୍ମାଣ କାର୍ଯ୍ୟ ଜାରି; ରଥଯାତ୍ରାରେ ହେବ ସ୍ଥାପନ

  • Post category:ଓଡିଶା
  • Reading time:1 mins read

ପୁରୀ-୦୨.୦୭.୨୦୨୧(ଅନନ୍ତ ସିଂ), ଶ୍ରୀମନ୍ଦିର ରୁପା ଦ୍ୱାର ପରିକଳ୍ପନାର ଆଠଟି ଦ୍ୱାର ମଧ୍ୟରୁ ୪ଟି ଦ୍ୱାରର କାଠ ଫ୍ରେମ ନିର୍ମାଣ ଶେଷ ହୋଇଛି । ଶ୍ରୀମନ୍ଦିର ବେହରଣ ଦ୍ୱାର, କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର, ଭୋଗମଣ୍ଡପ ଦ୍ୱାରର କାଠ କବାଟ ନିର୍ମାଣ ଶେଷ ହୋଇଛି । ରଥଯାତ୍ରା ପୂର୍ବରୁ ଅନ୍ୟ ୪ଟି ଦ୍ୱାରର କାଠ ଫ୍ରେମ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରହିଛି । ରୁପା ଦ୍ୱାର ନିର୍ମାଣରେ ବର୍ମା ଟିକ କାଠକୁ ପ୍ରୋସେସିଂ କରି ବିନିଯୋଗ କରାଯାଉଛି । ଏହି କାଠ ଫ୍ରେମରେ ଊଈ ତଥା ଆଦ୍ରତା ପ୍ରଭାବ ମୁକ୍ତ କରିବାକୁ ଏକ ସ୍ୱତନ୍ତ୍ର ଦ୍ରବଣ ଦିଆଯାଉଛି ।

ଏହି ସବୁ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ରୁପା ଦ୍ୱାର ତଦାରଖ କମିଟି ସମୀକ୍ଷା କରିବା ସହ ନିର୍ମାଣ ସ୍ଥାନକୁ ପରିଦର୍ଶନ କରିଛି । କାର୍ଯ୍ୟ ଅଗ୍ରଗତି ସମୀକ୍ଷାରୁ ସୂଚନା ମିଳିଛି ବର୍ମା ଟିକ୍‌ କାଠଗୁଡିକୁ ଡିମଏଶ୍ଚରାଇଜଡ୍‌ କରି ପୁରୀ ଅଣାଯାଇଛି । ଆଣିବା ପୂର୍ବରୁ କେମିକାଲ ଟ୍ରିଟମେଣ୍ଟ ମଧ୍ୟ ହୋଇଛି । ତା ସତ୍ତ୍ୱେ କାଠ କବାଟ ଫ୍ରେମ ସ୍ଥାପନ ପୂର୍ବରୁ ଏକ ଉଡ୍‌ ପ୍ରାଇମର ଦିଆଯିବ । କାଠ ଫ୍ରେମରେ ଊଈ ସଂକ୍ରମଣ ନିରାକରଣ ପାଇଁ ରସାୟନ ଦ୍ରବଣ ଲେପ ଦିଆଯିବ । ଏହା ଦ୍ୱାରା କାଠ କବାଟ ଫ୍ରେମ ଜଳୀୟ ବାଷ୍ପ ପ୍ରଭାବ ମୁକ୍ତ ରହିବ ।

ସମୀକ୍ଷାରୁ ସୂଚନା ମିଳିଛି ନିର୍ମାଣ ସମୟ ସୂଚୀ ନିର୍ଦ୍ଧାରଣ ମୁତାବକ ୪ଟି କାଠ କବାଟକୁ ଗୁଣ୍ଡିଚା ଯାତ୍ରାର ପ୍ରଥମ ଦିନ ନିର୍ଦ୍ଧାରିତ ଦ୍ୱାରବନ୍ଧରେ ଲଗାଇ ମାପାମପି କରାଯିବ । କାଠ ଦ୍ୱାର ଆଉ ଦ୍ୱାର ବନ୍ଧରେ କବ୍‌ଜା ଲଗାଇ ଠିକ ସେଟ ହେଉଛି କି ନାହିଁ ପରୀକ୍ଷା ନିରୀକ୍ଷା କରାଯିବ । ଏହା ପରେ କାଠ କବାଟ ଫ୍ରେମକୁ ଫିଟା ଯାଇ ରୁପା ଚାଦର ଅବରଣ ଦିଆଯିବାକୁ କାର୍ଯ୍ୟ ସୂଚୀ ନିର୍ଦ୍ଧାରଣ ହୋଇଛି ।

ସେହିଭଳି ରୁପା ଚାଦରଗୁଡିକୁ ରଖିବାକୁ ନୀଳାଦ୍ରି ଭକ୍ତ ନିବାସରେ ଏକ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ ହୋଇଛି । ଭକ୍ତ ନିବାସର ୪ଟି ରୁମକୁ ମିଶାଇ ଏହି ଷ୍ଟ୍ରଙ୍ଗ୍‌ ରୁମ ହୋଇଛି । ଏହି ଷ୍ଟ୍ରଙ୍ଗ୍‌ ରୁମକୁ ଚବିଶ ଘଣ୍ଟିଆ ପୁଲିସ ସୁରକ୍ଷା ଦିଆଯିବ । ଷ୍ଟ୍ରଙ୍ଗ ରୁମକୁ ନଜର ରଖିବାକୁ ସିସିଟିଭି ସ୍ଥାପନ କରାଯିବ । ଏହି ସବୁ କାମ ଶେଷ ହେବା ଭିତରେ ରୁପା ଚାଦରଗୁଡିକ ପୁରୀରେ ପହଞ୍ଚିବ ବୋଲି ବୈଠକ ଆଲୋଚନାରୁ ଖବର ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।