You are currently viewing ଚାନ୍ଦା ମାଗିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: କଟକ ଡିସିପି

ଚାନ୍ଦା ମାଗିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: କଟକ ଡିସିପି

କଟକ-୩୦.୦୯.୨୦୨୧, ଚାନ୍ଦା ମାଗିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ।ଆଗକୁ ଆସୁଥିବା ପାର୍ବଣ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଲେ କଟକ ଡ଼ିସିପି । ଏହା ସହ ଚାନ୍ଦା ମାଗୁଥିବା ଲୋକଙ୍କ ବାବଦରେ ସୂଚନା ଦେବାକୁ ଅପିଲ୍ କଲେ ଡ଼ିସିପି ପ୍ରତୀକ ସିଂ ।
ପୂଜା ସମୟରେ ବିଭିନ୍ନ ଅଞ୍ଚଳରେ ବେଆଇନ ଚାନ୍ଦା ଆଦାୟ କାରାଯାଉଥିବା ନଜରକୁ ଆସେ । ବ୍ୟବସାୟୀ, ଗାଡ଼ି ମାଲିକ ତଥା ସାଧାରଣ ଲୋକଙ୍କ ଠାରୁ ଜୋରଜବରଦସ୍ତ ଚାନ୍ଦା ଆଦାୟ କିଛି ଲୋକ କରିଥାନ୍ତି । ଯଦି ଜୋରଜବରଦସ୍ତି ଚାନ୍ଦା ମଗାଯାଏ ତେବେ ଚାନ୍ଦା ମାଗୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼ିସିପି ପ୍ରତୀକ ସିଂ କହିଛନ୍ତି ।ଏଥି ସହିତ ସୂଚନାକାରୀଙ୍କ ନାଁକୁ ସମ୍ପୁର୍ଣ୍ଣ ଭାବେ ଗୋପନୀୟ ରଖାଯିବ ବୋଲି ମଧ୍ୟ କହିଛନ୍ତି ।
ପାଖେଇ ଆସୁଛି ପାର୍ବଣ । ସେପଟେ ମା ଦୁର୍ଗାଙ୍କ ପୂଜା ପାଇଁ ଏବେଠୁ ଚଳଚଞ୍ଚଳ ହେଲାଣି କଟକର ସମସ୍ତ ପୂଜା ମଣ୍ଡପ । ମା ଦୁର୍ଗାଙ୍କ ପୂଜା ପାଇଁ ଏବେଠୁ ଚଳଚଞ୍ଚଳ କଟକର ସମସ୍ତ ପୂଜା ମଣ୍ଡପ । ସରକାରଙ୍କ ପାର୍ବଣ କଟକଣା ଯୋଗୁଁ ଆଡମ୍ବର ନଥିବାରୁ କେବଳ ବିଧି ମୁତାବକ ପୂଜା ପାଳନ କରିବା ପାଇଁ ସ୍ଥିର କରିଛନ୍ତି ପୂଜା କମିଟି ।କିନ୍ତୁ ଏହାରି ଭିତରେ କିଛି ଅସାମାଜିକ ବ୍ୟକ୍ତି ପୂଜା କମିଟିର ସଦସ୍ୟ କହି ଲୋକଙ୍କ ଠାରୁ ଜୋରଜବଦସ୍ତି ପୁଜା ଚାନ୍ଦା ଆଦାୟ କରିବାର ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ ଯେ, ଚାନ୍ଦା ମାଗିବା ଅଭିଯୋଗରେ କଟକରେ କାଲି ଦୁଇ ଜଣଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।