You are currently viewing ଆନ୍ଦୋଳନ କରିବ କଂଗ୍ରେସ

ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର-୦୫.୦୭.୨୦୨୧,ତୈଳ ଓ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ଜୁଲାଇ ୭ରୁ ୧୭ ଯାଏ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ,ଆସନ୍ତା ଜୁଲାଇ ୭ରେ ପ୍ରତି ବ୍ଲକରେ ଏବଂ ୯ ତାରିଖରେ ଜିଲ୍ଲା ସ୍ତରରେ ଆନ୍ଦୋଳନ କରିବ କଂଗ୍ରେସ। ଏହା ସହ ୧୩ତାରିଖରେ ଭୁବନେଶ୍ବରରେ ଆନ୍ଦୋଳନ କରାଯିବ।
୧୫ ତାରିଖରେ ଗାଡିରେ ତେଲ ନ ପକାଇ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୧୭ ତାରିଖରେ ପେଟ୍ରୋଲ ପମ୍ପରେ ପ୍ରତିବାଦ କରାଯିବ ବୋଲି କହିଛନ୍ତି ।

ସେହିପରି କୋଭିଡ୍ ମୃତ୍ୟୁ ନେଇ କଂଗ୍ରେସ କର୍ମୀ ଜୁଲାଇ ୭ ତାରିଖରେ ପ୍ରତି ଘର ବୁଲି ବୁଲି କୋଭିଡ୍ ମୃତ୍ୟୁ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ । ଏହି ତଥ୍ୟ ଏଆଇସିସି ନିକଟରେ ଦାଖଲ କରିବେ ବୋଲି କହିଛନ୍ତି ପିସିସି ସଭାପତି ।

ଅନ୍ୟମାନଙ୍କୁ ଜଣାନ୍ତୁ।