You are currently viewing ବନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

  • Post category:ଓଡିଶା
  • Reading time:1 mins read

ବୌଦ୍ଧ(୧୨.୪.୨୩) :   ‘ତଦନ୍ତ ନାହିଁ ତ କାମ ନାହିଁ’ ନାରା ଦେଇ ବନକର୍ମଚାରୀଙ୍କ ପ୍ରତିବାଦ । ଗୁଳିମାଡ଼ ଘଟଣାକୁ ନେଇ ୧୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରଖିଛନ୍ତି ବୌଦ୍ଧ ଜିଲ୍ଲାର ଅଣ ଗେଜେଟେଡ଼ ବନକର୍ମଚାରୀ ସଂଘ । ବୌଦ୍ଧ ବନଖଣ୍ଡ ଅଧିନସ୍ଥ ଖାଲିଆପାଲି ଛକରେ ଗତ ୨୮ ତାରିଖ ରାତିରେ ବନ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ରେ ୨ ଜଣ ବନ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଲେ କର୍ମଚାରୀ । ହେଲେ ଘଟଣାକୁ ୧୦ ଦିନ ବିତିଯାଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ନହେବାରୁ କାର୍ଯ୍ୟବନ୍ଦ ଜାରି ରଖିଛନ୍ତି । ଜିଲ୍ଲାର ପାଖାପାଖି ୧୪୦ ବନକର୍ମଚାରୀ କାର୍ଯ୍ୟବନ୍ଦ କରିଛନ୍ତି । ଘଟଣାର କାର୍ଯ୍ୟାନୁଷ୍ଠାନ ନହେଲେ କାର୍ଯ୍ୟବନ୍ଦ ଜାରି ରହିବ ବୋଲି ସଂଘର ସଭାପତି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।