You are currently viewing ୧୫ରେ ଓଡିଶା ମୋଟର ଚାଳକ ମିଳିତ ମଞ୍ଚର ଧର୍ମଘଟ

୧୫ରେ ଓଡିଶା ମୋଟର ଚାଳକ ମିଳିତ ମଞ୍ଚର ଧର୍ମଘଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୧୦/୧୧: ଆସନ୍ତା ୧୫ ରେ ରାଜ୍ୟବାପୀ ଅଖଚକ ବନ୍ଦ କରିବ ଓଡିଶା ମୋଟର ଚାଳକ ସଂଘ ମିଳିତ ମଞ୍ଚ । ବିଭିନ୍ନ ମୋଟର ଚାଳକ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚାଳକ ତଥା ଶ୍ରମିକଙ୍କ ମୌଳିକ ସମସ୍ୟା ଉପରେ ଭିନ୍ନ ଭିନ୍ନ ସମୟରେ ଦାବି ଜଣାଇ ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ସାରା ରାଜ୍ୟ ପ୍ରାୟତଃ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବହନ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ସାମାଜିକ ସୁରକ୍ଷା ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ।

ଅଟୋ –ଟ୍ୟାକ୍ସି ଚାଳକ ମହାସଂଘ , ମୋଟର ଚାଳକ ମହାସଂଘ. ପରିବହନ କର୍ମଚାରୀ ସଂଘ, ସମସ୍ତ ପରିବହନ ସଂଘ ଓ ମହାସଂଘ ସେମାନଙ୍କ ସମସ୍ୟା ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଫଳ କିଛି ମିଳୁନି । ତେଣୁ ଓଡିଆ ମୋଟର ଚାଳକ ସଂଘ ମିଳିତ ମଞ୍ଚ ଆହ୍ୱାନ କ୍ରମେ ଆସନ୍ତା ୧୫ ତାରିଖରେ ରାଜ୍ୟବ୍ୟାପି ଚକ ଅଖ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଆଚାର୍ଯ୍ୟ ବିହାରସ୍ଥିତ ଭୁବନେଶ୍ୱର ଅଟୋ ମହାସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ସଂଘର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅକ୍ଷୟ ନାଏକ,ନବକିଶୋର ମହାନ୍ତି,ପଦ୍ମନ କୁମାର ସାମଲ,ଦେବେନ୍ଦ୍ର ପାଣିଗ୍ରାହୀ,ମିହିର କୁମାର ରାଉତ,ଅରୁଣ ମହାନ୍ତି,ସନ୍ତୋଷ ସାହୁ, ବିଜୟ ପଟ୍ଟନାୟକ ଓ ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।