You are currently viewing ସାମୁକାରେ ପ୍ରଭୁ ଗଣେଶଙ୍କ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

ସାମୁକାରେ ପ୍ରଭୁ ଗଣେଶଙ୍କ ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ-୧୦.୦୯.୨୦୨୧, ଆଜି ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ତିଥୀ, ଗଣେଷ ପୂଜା । ଗଣେଶ ପୂଜା ପାଇଁ ଆଜି ସାରା ଦେଶ ଉତ୍ସବମୁଖର । କିନ୍ତୁ କରୋନା ଉତ୍ସବକୁ ଫିକା କରିଦେଇଛି । କରୋନା କଟକଣା ମଧ୍ୟରେ ସାରା ଦେଶରେ ଗଣେଷ ପୂଜା ପାଳିତ ହେଉଛି । ଏହା ମଧ୍ୟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନିଆାର ପ୍ରୟାସ ସମସ୍ତଙ୍କ ମନ ପ୍ରଫୁଲ୍ଲିତ କରିଦେଇଛି । ପ୍ରଥମ ଥର ସାତ ହଜାର ସାମୁକା ସାହାଯ୍ୟରେ ସେ ପୁରୀ ବେଳାଭୂମିରେ ଭଗବାନ ଗଣେଶଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ସମସ୍ତଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇବା ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ଏହି ନିଆରା ପ୍ରୟାସକୁ ସାରା ବିଶ୍ଵରୁ ପ୍ରଶଂସା ମିଳୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।