You are currently viewing ସୁମିତ ତପସ୍ୱନୀ ମାମଲାରେ ହେବ କି ଅନ୍ତ!

ସୁମିତ ତପସ୍ୱନୀ ମାମଲାରେ ହେବ କି ଅନ୍ତ!

  • Post category:ଓଡିଶା
  • Reading time:1 mins read

ବ୍ରହ୍ମପୁର(ଏଏନଏସ)୧୧/୦୪, ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱନୀ ମାମଲା ପୁଣି ମୁଣ୍ଡ ଟେକିଛି । ଗତ ୯ ତାରିଖରେ ସୁମିତ ଓ ତପସ୍ୱନୀଙ୍କ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଥିଲେ ମଧ୍ୟ ଏହା ଅଧାରେ ଅଟକିଥିଲା । ଏଥିପାଇଁ ଆଜି ପୁଣି ଅପରାହ୍ନ ୪ଟାରେ ବୁଝାସୁଝା କରାଯିବ । ମଧ୍ୟସ୍ଥତା ମଧ୍ୟରେ ଆପୋସ ସମାଧାନ ପାଇଁ ହାଇକୋର୍ଟ ୩୧ ମାର୍ଚ୍ଚରେ ନିର୍ଦ୍ଦେଶ ଦେଇଥିଲେ ।

     ଏଥିପାଇଁ ଏପ୍ରିଲ୧୩ ତାରିଖରେ  ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।  ସୁମିତଙ୍କୁ ସରକାରୀ କ୍ୱାର୍ଟର ମିଳିଛି । ସେହି ଘରେ  ସୁମିତ ଓ ତପସ୍ୱନୀ  ଏକାଠି ରହିବା ପାଇଁ  ତପସ୍ୱନୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି ।  ପୁର୍ବରୁ କୋର୍ଟ ପତିପତ୍ନୀଙ୍କୁ ଏକତ୍ର ଭଡା ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ତଳ କୋର୍ଟର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ରଖିଥିଲେ ହାଇକୋର୍ଟ ।
ଅନ୍ୟମାନଙ୍କୁ ଜଣାନ୍ତୁ।