You are currently viewing ଜାନୁଆରି ୫ରୁ ହେବ ଦଶମ ସମେଟିଭ୍‌ ୧ ପରୀକ୍ଷା

ଜାନୁଆରି ୫ରୁ ହେବ ଦଶମ ସମେଟିଭ୍‌ ୧ ପରୀକ୍ଷା

ଭୁବନେଶ୍ୱର(ଏଏନଏସ) ୩୦.୧୧.୨୦୨୧, ଘୁଞ୍ଚିଲା ଡିସେମ୍ବରରେ ହେବାକୁ ଥିବା ଦଶମ ସମ୍ମେଟିଭ ପରୀକ୍ଷା । ଏବେ ଜାନୁଆରି ୫ରୁ ୮ ତାରିଖ ଯାଏ ହେବ ସମ୍ମେଟିଭ-୧ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ନୀହାର ରଞ୍ଜନ ମହାନ୍ତି ସୂଚନା । ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି ୫ ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ ।
ପୂର୍ବରୁ ଦଶମ ସମେଟିଭ୍‌ ୧ ପରୀକ୍ଷା ଡିସେମ୍ବର ୨୭ ତାରିଖରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଏବେ ଜାନୁଆରି ୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି ।
ଏହି ପରୀକ୍ଷା ପାଇଁ ପିଲାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ସେଣ୍ଟର ହୋଇଛି। ଯେମେତି ବୋର୍ଡ ପରୀକ୍ଷା ହୁଏ ସେମିତି ଢାଞ୍ଚାରେ ସମେଟିଭ୍ ୧ ପରୀକ୍ଷା ହେବ ବୋଲି ବୋର୍ଡ ଉପ ସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।