You are currently viewing ଛାଡି ଚାଲିଯିବ ‘ସୁନ୍ଦରୀ’

ଛାଡି ଚାଲିଯିବ ‘ସୁନ୍ଦରୀ’

  • Post category:ଓଡିଶା
  • Reading time:1 mins read

ଅନୁଗୁଳ (ବିମଳ କୃଷ୍ଣ ଥମ୍ବ), ଆଜି ଓଡିଶା ଛାଡି ମଧ୍ୟପ୍ରଦେଶ ଚାଲିଯିବ ସୁନ୍ଦରୀ । ସୁନ୍ଦରୀକୁ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ରବିବାର ଏକ ଟିମ୍ ଓଡିଶା ଆସି ପହଞ୍ଚିଛନ୍ତି । ବାଘୁଣୀର ବାହୁଡା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ରବିବାର ସକାଳେ ଏହି ୭ ଜଣିଆ ଟିମ୍ ଓଡିଶା ଆସି ପହଞ୍ଚିବା ପରେ ମୁଖ୍ୟ ବନ ସଂରକ୍ଷକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଟିମ ଜଙ୍ଗଲରେ ସୁନ୍ଦରୀର ଗତିବିଧି ଅନୁଧ୍ୟାନ କରିବା ସହ ତା’ର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ । ବାଘୁଣୀକୁ ଯନ୍ତାରେ ଧରିବା ପରେ ତାକୁ ମଧ୍ୟପ୍ରଦେଶ ଫେରାଇ ନିଆଯିବା। ତେବେ ବାଘୁଣୀ ସୁନ୍ଦରୀକୁ ନେବା ପାଇଁ ସ୍ୱତନ୍ତ୍ର ଯାନ ରାଇଗୁଡାରେ ପହଞ୍ଚିସାରିଛି ।


ଏଠାରେ ସୂଚନାଯୋଗ୍ୟ ଯେ, ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ବାଘୁଣୀକୁ ଅଣାଯାଇଥିଲା । ତେବେ ୨୦୧୮ ମସିହା ଜୁନ ମାସରେ ବାଘୁଣୀ ଓଡିଶା ଆସିଥିଲା । ବାଘୁଣୀ ଆକ୍ରମଣରେ ଦୁଇ ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ବାଘୁଣୀକୁ ନେଇ ଓଡିଶାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସୁନ୍ଦରୀ ୨୦୧୮ନଭେମ୍ବର ମାସରୁ ଏନକ୍ଲୋଜର ମଧ୍ୟରେ ବନ୍ଦୀ ଜୀବନ ବିତାଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।