You are currently viewing

  • Post category:ଓଡିଶା
  • Reading time:1 mins read

୧.ହାତୀଙ୍କ ସୁରକ୍ଷା ପାଇଁ ଚିନ୍ତା ନାହିଁ । କେନ୍ଦୁଝର ଜିଲ୍ଲା ଯୋଡା ନିକଟରେ ଟ୍ରେନଲାଇନ ପାର୍ ହେବାବେଳେ ୨ଟି ଛୁଆ ହାତୀ ସମେତ ମା’ ହାତୀର ମୃତ୍ୟୁ ହୋଇଛି ।
୨. ଚିଦାମ୍ବରମ ବାପପୁଅଙ୍କ ପରେ ସିବିଆଇ ଜାଲରେ ଏବେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ଝିଅ ମିଶା ଭାରତୀ ।
୩. ଧୀରେ ଧୀରେ ବ୍ୟାପୁଛି ଟମାଟୋ ଫ୍ଲୁ । ଏଥିପାଇଁ ଖୁବ ଶୀଘ୍ର ଗାଇଡ ଲାଇନ ଜାରି ହେବ ବୋଲି ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ.ନିରଞ୍ଜନ ମିଶ୍ର ।
୪. ମିଆଁମାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।
୫. ରାଜଧାନୀ ପୋଲିସକୁ ଚ୍ୟାଲେଞ୍ଜ ପରେ ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ପୁଣି ଥରେ ପଳାଶୁଣି ନିକଟସ୍ଥ ଜଗନ୍ନାଥ ବିହାରରେ ହୋଇଛି ବୋମାମାଡ ।
୬.ମେ’୩୦ରେ ହେବାକୁ ଥିବା ସାବିତ୍ରୀ ଅମାବାସ୍ୟା ପାଇଁ ଉଚ୍ଚଶିକ୍ଷା ଅଧୀନ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।
୭.ବ୍ରଜରାଜନଗର ବିଧାନ ସଭା ଉପନିର୍ବାଚନ ୫ ପିଙ୍କ ବୁଥକୁ ମିଶାଇ ୨୭୯ ବୁଥରେ ହେବ ମତଦାନ । ଏ ସଂପର୍କରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
୮. ବନ୍ଧା ହେଲା ଠକ । ଓଡିଶାରୁ ୧ କୋଟି ୫୦ ଲକ୍ଷ ଟଙ୍କ ଠକିଥିବା ଅଭିଯୋଗରେ ବୃନ୍ଦାବନରୁ ପ୍ରିନ୍ସକୁମାରଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ ।
୯.ରାଜଧାନୀରେ ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା । ସ୍ପଟ ଯାଞ୍ଚ କଲେ ବିଏମସି ମେୟର ସୁଲୋଚନା ଦାସ ।
୧୦.ବରଗଡ ଜିଲ୍ଲା ଖେଦାପାଲି ରାସ୍ତାକଡ ଜାମୁଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।