You are currently viewing

  • Post category:ଓଡିଶା
  • Reading time:1 mins read

୧. ଘୋଷଯାତ୍ରା ପୂର୍ବରୁ ଅଶାନ୍ତ ହୋଇପଡିଛି ପୁରୀ ସହର । ଗୋଟିଏ ଦିନର ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ହୋଇଛି ୨ଟି ହତ୍ୟାକାଣ୍ଡ ।
୨. କାଳବୈଶାଖି ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୧୫ ଟି ଜିଲ୍ଲାକୁ ସତର୍କ ସୂଚନା ଜାରିକରାଯାଇଥିବା ବେଳେ ୯ଟି ଜିଳ୍ଲାକୁ ୟୋଲୋୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ ।
୩. ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ।
୪. କନ୍ଧମାଳର କଳିଙ୍ଗା ଘାଟିରେ ଏକ ପର୍ଯ୍ୟଟକ ବସ ଓଲଟିପଡିବା ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨ରୁ ଉର୍ଦ୍ଧ ଆହାତ ହୋଇଛନ୍ତି ।
୫.ଭୁବନେଶ୍ୱରର ଶିରିପୁର ନିକଟ ‘ଇମେଜ’ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ଜୈବବିବିଧତା ଦିବସ ।
୬. ଭିଜିଲାନ୍ସ ଜାଲରେ ପଡିଲେ ପଡିଲେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଇମ୍ପ୍ଳିମେଣ୍ଟିଂ ଏଜେନ୍ସୀ ଅଫିସର ସହାୟକ ନଗେନ୍ଦ୍ରନାଥ ସ୍ୱାଇଁ । ୫୦ ହଜାର ଲାଞ୍ଚ ନେଲାବେଳେ ଧରାପଡିଲେ ।
୭. ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ବିଷୟରେ ହେବ ଆଲୋଚନା ।
୮. ଏଣିକି ରଙ୍ଗ ରୁଟରେ ଗାଡି ଚଲାଇଲେ ମୋଟା ଅଙ୍କର ଫାଇନ ଦେବା ସହ ସିଲ ହୋଇପାରେ ଆପଣଙ୍କ ଗାଡି । ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ୱର ଟ୍ରାଫିକ ପୋଲିସ ।
୯.ଚର୍ଚ୍ଚାରେ ପଟ୍ଟାମୁଣ୍ଡାଇ ଗାଁର ବିକାଶ ମଲ୍ଲିକ । ଦାନ୍ତରେ ଟ୍ରାକ୍ଟର ଟାଣିବା ସହ ଲୁହାରଡକୁ ଭାଙ୍ଗୁଛନ୍ତି ।
୧୦.ଜମୁଛି ବ୍ରଜରାଜ ନଗର ପ୍ରଚାର । ବାଜିମାରିବାକୁ ସବୁ ଦଳର ସ୍ୱତନ୍ତ୍ର ରଣନୀତି ।

ଅନ୍ୟମାନଙ୍କୁ ଜଣାନ୍ତୁ।