You are currently viewing

  • Post category:ଓଡିଶା
  • Reading time:1 mins read

୧. ଆରମ୍ଭ ହେଲା ଯୁକ୍ତଦୁଇ ଖାତା ଦେଖା । ଦୁଇଟି ପର୍ଯ୍ୟାୟରେ ସମାପ୍ତ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟ ଜୁନ୨ରୁ ଆରମ୍ଭ ହୋଇ ଜୁନ୧୨ରେ ସରୁଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁନ ୧୩ରୁ ଆରମ୍ଭ ହେବ ।
୨. ଆସନ୍ତାକାଲି ହେବ ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି ।
୩. ପୁରୀ ଭିଆଇପି ରୋଡରେ ଛାତ୍ର କଂଗ୍ରେସ ତରଫରୁ ସତ୍ୟବାଦୀ ବିଧାୟକ ଉମାସାମନ୍ତରାୟଙ୍କ ଗାଡିଉପରକୁ କାଳିମାଡ ।
୪. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟ ଲଗାଇଥିବା ରହିତାଦେଶ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି ।
୫. ରାଜଧାନୀରେ ସିରିଜ ଦୁର୍ଘଟଣା । ଟ୍ରକ ଚାଳକଙ୍କ ବେପାରୁଆ ଚାଳନା ଯୋଗୁଁ ୫ଟି କାର ସମେତ ୩ଟି ବାଇକ ଚୁରମାର ହୋଇଛି ।
୬. ଚଳିତ ବର୍ଷ ଓଡିଶାରେ ହେବ ଭଲ ବର୍ଷା । ଅସୁବିଧା ସମୟର ସ୍ଥିତିକୁ ସମ୍ମୁଖୀନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି କହିଲେ କୃଷିମନ୍ତ୍ରୀ ଅରୁଣ ସାହୁ ।
୭. ନବ ନିର୍ବାଚିତ ପଞ୍ଚାୟତ ଓ ଜନପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପଞ୍ଚାୟତ ସଦସ୍ୟଙ୍କୁ ନବୀନଙ୍କ ଗୁରୁମନ୍ତ୍ର ।
୮.ଆଜି ପୋଲିସ ଡିଜି ସୁନୀଲ କୁମାର ବଂଶଲଙ୍କର ଦିନିକିଆ ମାଲକାନଗରିରି ଗସ୍ତ ।
୯. କଟକ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଖସିପଡିଥିବା ଯାତ୍ରୀଙ୍କୁ ଟାଣିଆଣି ଜୀବନ ବଞ୍ଚାଇଛନ୍ତି ଜଣେଆରପିଏଫ ଯବାନ ।
୧୦. କଟକ ବାରବାଟୀ ମ୍ୟାଚ ପୂର୍ବରୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଛି ମକଡ୍ରିଲ ।

ଅନ୍ୟମାନଙ୍କୁ ଜଣାନ୍ତୁ।