You are currently viewing

  • Post category:ଓଡିଶା
  • Reading time:1 mins read

୧.ରଥଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ବସୁଛି ପ୍ରଥମ ସମୀକ୍ଷା ବୈଠକ ।
୨. ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ।
୩. ଟମାଟୋ ଦର ଆକାଶ ଛୁଆଁ । କିଲୋପିଛା ଦର ୬୦ରୁ ୭୦ ଟଙ୍କା ।
୪. ଖୋର୍ଦ୍ଧା ରେଳ ଡିଭିଜନର କୁହୁଡି ଷ୍ଟେସନର ଅନତି ଦୂରରେ ଅଚିହ୍ନା ମହିଳାଙ୍କ ମୃତ ଦେହ ଠାବ ।
୫. ଭିଜିଲାନ୍ସ ଜାଲରେ କଳାରାହାଙ୍ଗ ପ୍ରାଣୀଧନ ନୀରିକ୍ଷକ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ।
୬. ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ରହିବାକୁ ୧୮ ଜିଲ୍ଲାପାଲଙ୍କୁ ଚିଠି ଯୋଗେ ନିର୍ଦ୍ଦେଶ ଦେଲେ ରିଲିଫ କମିଶନର ।
୭. ଏଥର ରଥ ଟାଣିବେ ଭକ୍ତ । ସମନ୍ୱୟ କମିଟି ବୈଠକରେ ପୂର୍ବ ପ୍ରସ୍ତୁତି ନେଇ ଆଲୋଚନା ।
୮. ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮ କରୋନା ପଜିଟିଭ ଚିହ୍ନଟ ।
୯. ରାଜ୍ୟରେ ୨୪ ଜିଳ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ।
୧୦. କାଲି ରାଜ୍ୟସାରା ଏସପି ଅଫିସ ଘେରାଉ କରିବ ବିଜେପି ।

ଅନ୍ୟମାନଙ୍କୁ ଜଣାନ୍ତୁ।