sura sethi

ବିଜେଡିରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ 

ଏଏନଏସ: ବିଜେଡିରୁ ଇସ୍ତଫା ଦେଲେ ସୁରେନ୍ଦ୍ର ସେଠୀ । କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ତେବେ ୨୦୧୪-୨୦୧୯ ପର୍ଯ୍ୟନ୍ତ କାକଟପୁର ବିଧାୟକ ରହିଥିଲେ ସୁରେନ୍ଦ୍ର ସେଠୀ । ହେଲେ ୨୦୧୯ରେ ତାଙ୍କ ଟିକେଟ୍ କାଟି ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ଟିକେଟ୍ ଦେଇଥିଲା ବିଜେଡି । ଆଉ ତୁଷାରକାନ୍ତି ମଧ୍ୟ ନିର୍ବାଚନରେ ବିଜୟ ଲାଭ କରିଥିଲେ । ସୂଚନାଯୋଗ୍ୟ ସେତେବେଳେ ଟିକେଟ୍ କଟିଥିଲେ ବି ଦଳକୁ ସମର୍ଥନ ଦେଇଥିଲେ ସୁରେନ୍ଦ୍ର । ଆଉ ଏହାର ଠିକ୍ ୫ ବର୍ଷ ପରେ ୨୦୨୪ରେ ପୁଣିଥରେ ଟିକେଟ୍ ଲବିରେ ରହିଥିଲେ ସୁରେନ୍ଦ୍ର। କିନ୍ତୁ ପୁଣିଥରେ ସେ ଦଳରୁ ନିରାଶ ହୋଇଛନ୍ତି। ୨୦୨୪ରେ କାକଟପୁରରୁ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାପରେ ସେ ଦଳ ଉପରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।

 

 

ଅନ୍ୟମାନଙ୍କୁ ଜଣାନ୍ତୁ।