You are currently viewing ସୁରେଶ ଚନ୍ଦ୍ର ମହାପାତ୍ର ହେବେ ଓଇଆରସିର  ଅଧକ୍ଷ

ସୁରେଶ ଚନ୍ଦ୍ର ମହାପାତ୍ର ହେବେ ଓଇଆରସିର ଅଧକ୍ଷ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୨୬/୦୨, ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଓଇଆରସିର ଅଧ୍ୟକ୍ଷ ଭାବେ ମିଳିଲା ଦାୟିତ୍ୱ । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଫେବୃଆରୀ ୨୮ରେ ସରିବାକୁ ଯାଉଛି। ଏବେ ସୁରେଶଙ୍କୁ ପରବର୍ତ୍ତୀ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଶକ୍ତି ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅନ୍ୟପଟେ ରାଜ୍ୟ ପ୍ରଶାସନର ନୂଆ ମୁଖିଆ ହେବେ ପ୍ରଦୀପ କୁମାର ଜେନା। ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ। ୨୦୨୧ ଆରମ୍ଭରୁ ମୁଖ୍ୟ ସଚିବ ଦାୟିତ୍ୱରେ ଥିଲେ ସୁରେଶ ମହାପାତ୍ର। ୨ ବର୍ଷ ୨ ମାସ ମୁଖ୍ୟ ସଚିବ ରହିବା ପରେ, ଆସନ୍ତା ୨୮ରେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଛି। ତାଙ୍କ ପରେ କିଏ, ଏ ଚର୍ଚ୍ଚାର ଆଜି ଅନ୍ତ ଘଟିଛି। ଏହାସହ ପରବର୍ତ୍ତୀ ଉନ୍ନୟନ କମିଶନର ଭାବେ ଅନୁଗର୍ଗଙ୍କୁ ଦାୟିତ୍ୱ ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।