You are currently viewing ସୂର୍ଯ୍ୟକିରଣ ଦେଖାଇଲା ଜଲୱା

ସୂର୍ଯ୍ୟକିରଣ ଦେଖାଇଲା ଜଲୱା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୬/୦୯, ଆକର୍ଷଣୀୟ କଳା କୌଶଳ ଦେଖାଇଲେ ବାୟୁ ସେନା। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଏକା ସାଙ୍ଗରେ ଉଡିଲା ୯ଟି ହକ୍‌ ବିମାନ।ରାଜଧାନୀ ଆକାଶରେ ଦେଖିବାକୁ ମିଳିଲା ଏୟାର ଶୋ । ଚିତ୍ତାକର୍ଷକ ଏୟାର ଶୋ’ ଦେଖାଇଲେ ବାୟୁବୀର । ଏହି ଚିତ୍ତାକର୍ଷକ ଏୟାର ଶୋ’ ଦେଖିବାକୁ କୁଆଖିଆ ନଦୀ ପଠାରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା। ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆକାଶରେ ଗର୍ଜିଲା ଲଢୁଆ ହକ୍‌ ବିମାନ। ମାଟି ଠାରୁ ୫୦୦ରୁ ହଜାର ଫୁଟ ଉପରେ ଦେଖାଇଲା କୌଶଳ। ଟିମ୍‌କୁ ଲିଡ୍‌ କରୁଥିଲେ ଗ୍ରୁପ୍‌ କ୍ୟାପଟେନ ଜି ଏସ୍‌ ଧିଲନ। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।