You are currently viewing ବଢୁଛି  ଭିସୁଟ ଛାତ୍ରୀଙ୍କ ମୃତ୍ୟୁକୁ  ସନ୍ଦେହ

ବଢୁଛି ଭିସୁଟ ଛାତ୍ରୀଙ୍କ ମୃତ୍ୟୁକୁ ସନ୍ଦେହ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ)୦୨/୦୩,, ବୁର୍ଲା ପାୱାର ଚାନେଲରୁ ଡେଉଁ ପ୍ରାଣ ହରାଇଥିବା ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ବଲାଙ୍ଗୀର ସହରର ହାଟପଦା ଶ୍ମଶାନରେ ଚିନ୍ମୟୀଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶେଷକୃତ ସରିଛି । ସୂଚନା ଅନୁସାରେ ଚିନ୍ମୟୀଙ୍କ ଘର ବଲାଙ୍ଗୀର ସହରର ବିକ୍ରମ୍ ଛକରେ । ତାଙ୍କ ବାପା କଳାହାଣ୍ଡି ନର୍ଲାରେ ଚାକିରି କରନ୍ତି । ଝିଅକୁ ଉଚ୍ଚଶିକ୍ଷିତ କରିବା ପାଇଁ ଭିସୁଟରେ ନାମ ଲେଖାଇଥିଲେ । ଚିନ୍ମୟୀ ଜଣେ ମେଧାବୀ ଛାତ୍ରୀ ଥିଲେ । କ୍ୟାମ୍ପସରେ ଚାକିରି ପାଇବା ସତ୍ୱେ ସେ ଯୋଗ ଦେଇଥିଲେ । ଭୁବନେଶ୍ୱର ଆସି ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତ ହେବାର ଲକ୍ଷ୍ୟ ରଖିଲେ । ହେଲେ ଭିସୁଟର କନଭୋକେସନକୁ ଆସିଥିବା ବେଳେ ଏହି ଅଘଟଣ ଘଟିଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।