You are currently viewing ଫିଲ୍ମ ପ୍ରଯୋଜକ ନାଁରେ ସାଙ୍ଘାତିକ ଅଭିଯୋଗ

ଫିଲ୍ମ ପ୍ରଯୋଜକ ନାଁରେ ସାଙ୍ଘାତିକ ଅଭିଯୋଗ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (୩୦.୯.୨୨) : ଓଲିଉଡ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଅଭିଯୋଗ । ଅଭିନେତ୍ରୀ କରାଇବା ଆଳରେ ଅକ୍ଷୟ ପରିଜା ଯୌନ ନିର୍ଯାତନା ଦେଉଥିବା ଜଣେ ଯୁବତୀ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ଅନୁସାରେ ଅକ୍ଷୟ ପରିଜା ତାଙ୍କୁ ଅଭିନେତ୍ରୀ କରାଇବା ଆଳ ଦେଖାଇ ବର୍ଷେ ଧରି ତାଙ୍କ ସହ ଜୋର ଜବରଦସ୍ତ ଭାବେ ଶାରୀରିକ ସମ୍ପର୍କ ରଖିଥିଲେ । ତାଙ୍କ ଅଶ୍ଳୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ସେ ଦଳିତ ଜାତିର ଝିଅ । ସେ ନୀଚ ଜାତୀର ହୋଇଥିବାରୁ ତାଙ୍କୁ କେଉଁଠାରେ କାମ ମିଳିବ ନାହିଁ ବୋଲି କହୁଥିଲେ । ଏହା ସହ ଆହୁରି ମଧ୍ୟ କହିଛନ୍ତି ଘର ଲୋକ ମୋ ବିବାହ ଠିକ କରିବା ପରେ ଅକ୍ଷୟ ପରିଜା ମତେ ଧମକ ଦେଉଥିଲେ । ମୁଁ ଆଉ କାହାକୁ ବିବାହ କଲେ ମୋତେ ସେ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ । ଏହା ଛଡା ମୋର ପରିବାକୁ ଭୁବନେଶ୍ୱରରେ ରଖାଇ ଦେବେ ନାହିଁ ବୋଲି ମଧ୍ୟ କହିଛନ୍ତି । ଯୁବତୀ ଜଣଙ୍କ ଲକ୍ଷ୍ମୀସାଗର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ଲେଖିଥିବା ଜଣା ପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।