You are currently viewing ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦

ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦

କଟକ(ଏଏନଏସ)୦୪.୦୨.୨୦୨୨, ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ ଟି ୨୦ ମ୍ୟାଚ୍ । ଆସନ୍ତା ଜୁନ୍ ମାସରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡିଛି । ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)ର ସମ୍ପାଦକ ଆଶୀର୍ବାଦ ବେହେରା।
ସୂଚନା ଯୋଗ୍ୟ ଯେ, ବାରବାଟୀରେ ଚଳିତ ମାସ ଫେବୃଆରୀ ୧୫ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନାର ତୃତୀୟ ଲହରକୁ ଯୋଗୁ ଟି-୨୦ ସିରିଜକୁ ଗୋଟିଏ ଭେନ୍ୟୁରେ କରାଯିବାକୁ ସ୍ଥିର ହୋଇଥିଲା। ଯେଉଁ କାରଣରୁ ବାରବାଟୀରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚକୁ ବାତିଲ କରାଯାଇଥିଲା ।
ଜୁନରେ ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ଓସିଏ ସମ୍ପାଦକ ଶ୍ରୀ ବେହେରା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଛନ୍ତି। ଗାଙ୍ଗୁଲି ମଧ୍ୟ ମୌଖିକ ଭାବେ ବାରବାଟୀରେ ମ୍ୟାଚ୍ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବେହେରା କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।