You are currently viewing ଏଣିକି ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବେ ସୁମିତ

ଏଣିକି ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ଦେବେ ସୁମିତ

କଟକ (ଏଏନଏସ)୨୨.୦୨.୨୦୨୨, ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତଙ୍କ ବିବାହ ବିବାଦ ମାମଲାରେ ତପସ୍ୱିନୀଙ୍କୁ ମିଳୁଥିବା ଭରଣପୋଷଣ ବାବଦକୁ ମାସିକ ପାରିତୋଷିକ ଟଙ୍କା ହ୍ରାସ କଲେ ହାଇକୋର୍ଟ । ମାସିକ ୧୭ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅନ୍ୟତ୍ର ରହଣି ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ କରାଯାଇଥିଲା । ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହେଲେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୂ ଘରେ ରହିବେ ବୋଲି ହାଇକୋର୍ଟ କହିଛନ୍ତି । ପୂର୍ବରୁ ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ସୁମିତ । ପରେ ହାଇକୋର୍ଟ ମଧ୍ୟ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଜି ହାଇକୋର୍ଟ ୧୭ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।