You are currently viewing ନୀଳାଚଳ ଇସ୍ପାତକୁ କିଣିଲା ଟାଟା

ନୀଳାଚଳ ଇସ୍ପାତକୁ କିଣିଲା ଟାଟା

ଭୁବନେଶ୍ୱର(ଏଏନଏସ)୩୧/୦୧:  ଯାଜପୁର ସ୍ଥିତ ନୀଳାଚଳ ଇସ୍ପାତକୁ କିଣିଲା ଟାଟା । ଏହି କମ୍ପାନୀକୁ ୧୨ ହଜାର ଏକ ଶହ କୋଟି ଟଙ୍କାରେ କିଣିନେଇଛି ଟାଟା ଷ୍ଟିଲ୍ । ଏହାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ମଂଜୁରୀ ଦେଇଛି । ଏନେଇ ଡିଆଇପିଏମ୍ ସଚିବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି କମ୍ପାନି କିଣିବା ଦୌଡ଼ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାର ଓ ନଲଓ୍ବା ଷ୍ଟିଲ ଏଣ୍ଡ ପାଓ୍ବାର କନସୋର୍ଟିୟମ, ଜେଏସଡବ୍ଲୁ  ଷ୍ଟିଲ  ମଧ୍ୟ ଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ବିଡ୍ ଡାକିଥିବା ଟାଟା ଷ୍ଟିଲର ଏକ ଶାଖା ସଂସ୍ଥା ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ନିଲାମରେ ବିଜୟୀ ହୋଇଛି ।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ୧୯୮୨ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜ୍ୟର ଦ୍ୱିତୀୟ ଇସ୍ପାତ କାରଖାନା ଗତ ୩୦ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଛି । କମ୍ପାନିର ପ୍ରାୟ ୬୬୦୦ କୋଟିର ଋଣ ଓ ବକେୟା ରହିଛି । ୨୦୨୦ ଜାନୁଆରି ୮ରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।