You are currently viewing ଆଜିଠୁ ଖୋଲିଲା ବୈଷୟିକ ଅନୁଷ୍ଠାନ

ଆଜିଠୁ ଖୋଲିଲା ବୈଷୟିକ ଅନୁଷ୍ଠାନ

ଭୁବନେଶ୍ୱର-୦୯.୦୮.୨୦୨୧ , କରୋନା ମହାମାରୀ ସଂକ୍ରମଣ ରାଜ୍ୟରେ କମିବା ପରେ ଅନେକ ଦିନ ଧରି ବନ୍ଦ ରହିଥିବା ବୈଷୟିକ ଅନୁଷ୍ଠାନଗୁଡିକ ଆଜିଠାରୁ ଖୋଲିଛି । କରୋନା କଟକଣା ମଧ୍ୟରେ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକ୍‌ନିକ କଲେଜଗୁଡିକ ଖୋଲିଛି । ବର୍ତ୍ତମାନ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ କଲେଜ ଖୋଲିଥିବା କ୍ୟାମ୍ପସ ପରିସରରେ କରୋନା ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିଵା ବାଧ୍ୟତାମୂଳକ କରାଯାଇଛି । କରୋନା ପାଇଁ ଶିକ୍ଷାନୁଷ୍ଠାନରେ କ୍ଲାସ୍‌ରୁମ୍‌, ଲାବୋରେଟାରି, ହଷ୍ଟେଲଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।