heatwave

କଲବଲ କରୁଛି ତାତି, ସକାଳୁ ସକାଳୁ ପାରଦ ୩୪.୪ଡିଗ୍ରୀ ପାର 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ରାଜ୍ୟରେ କଲବଲ କରୁଛି ତାତି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ୩୪.୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ଓ ଚାନ୍ଦବାଲିରେ ୩୨.୬ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ପୁରୀରେ ୩୨.୪, କେନ୍ଦୁଝରରେ ୩୧. ୨, ଝାରସୁଗୁଡ଼ା ଓ ଗୋପାଳପୁରରେ୩୧.୪, ହୀରାକୁଦରେ ୩୧ଡିଗ୍ରୀ ତାପମାତ୍ରା ରହିଛି । 

ସେହିପରି ପାରାଦୀପରେ ୩୦. ୮, ସମ୍ବଲପୁରରେ ୩୦.୪ ଓ ରାଉରକେଲାରେ ୩୦ଡିଗ୍ରୀ ରହିଛି ତାପମାତ୍ରା । ଆଗାମୀ ୪ରୁ ୫ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆହୁରି ୪ରୁ ୬ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହେବା ସହ ୧୭ରୁ ୨୦ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ଏନେଇ ଆଗାମୀ ୫ଦିନ ଯାଏଁ ବିଭାଗ ତରଫରୁ ସତର୍କ ଚେତାବନୀ ଜାରି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।