You are currently viewing ରାଜଧାନୀରେ ୩ ଦିନ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ

ରାଜଧାନୀରେ ୩ ଦିନ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର(ଏଏନଏସ) ୩୦.୧୨.୨୦୨୧, ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ରାଜ୍ୟରୁ ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି । ତେବେ ଆଗକୁ ଆସୁଛି ନୂଆବର୍ଷ । ନୂଆବର୍ଷରେ ବିଭିନ୍ନ ଧର୍ମାନୁଷ୍ଠାନରେ ଭିଡ ଆଶଙ୍କାକୁ ଏଡାଇବାକୁ ବିଏମସି ଅଂଚଳରେ ଆଗାମୀ ୩ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତାକାଲିଠାରୁ ଜାନୁଆରି ୨ଯାଏ ବନ୍ଦ ରହିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ଭିଡ଼ ଏଡାଇବାକୁ ଏଭଳି ନିଷ୍ପତ୍ତି ନେଇଛି ବିଏମସି । ୩ ତାରିଖରୁ ପୂର୍ବପରି ଧର୍ମାନୁଷ୍ଠାନ ଖୋଲିବ । ତେବେ କେବଳ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। କିନ୍ତୁ ଏହି ସମୟରେ ଧର୍ମାନୁଷ୍ଠାନରେ ଠାକୁରଙ୍କ ରୀତିନୀତି ପୂର୍ବଭଳି ଜାରି ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।